Home > ଲାଇଫ ଷ୍ଟାଇଲ
ଫେବୃଆରୀ ୦୪ : ବିଶ୍ଵ କର୍କଟ ଦିବସ
Khabar Odisha:special-world-cancer-day-february-04
ଭୁବନେଶ୍ଵର, ଫେବୃଆରୀ ୦୪ (ଖବର ଓଡ଼ିଶା) :

ଆଜି ବିଶ୍ଵ କର୍କଟ ଦିବସ। ପ୍ରତିବର୍ଷ ଫେବୃଆରୀ ୦୪କୁ ବିଶ୍ଵ କର୍କଟ ଦିବସ ରୂପରେ ପାଳନ କରାଯାଏ। ୧୯୩୩ରେ ଜେନିଭାରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରାଯାଇଥିଲା। ଲୋକଙ୍କୁ ଏହି ମହାମାରୀ ପ୍ରତି ସଚେତନ କରାଇବା ପାଇଁ ପ୍ରତିବର୍ଷ ବିଶ୍ଵ କର୍କଟ ଦିବସ ପାଳନ କରାଯାଏ। ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ମୁତାବକ, ପ୍ରତିବର୍ଷ ପ୍ରତି ୬ ଜଣ ମୃତକଙ୍କ ମଧ୍ୟରେ ଜଣେ କର୍କଟ ରୋଗୀ ରହୁଛନ୍ତି। ୨୦୧୮ରେ କ୍ୟାନସର କାରଣରୁ ସମଗ୍ର ବିଶ୍ଵରେ ୯୬ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି। 

ଏହି ମହାମାରୀଲକୁ ନେଇ ସବୁଠୁ ବଡ଼ ସମସ୍ୟା ହେଉଛି ଏହାର ଲକ୍ଷଣ ଶେଷ ପର୍ଯ୍ୟାୟରେ ଜଣାପଡ଼େ। ଏହି କାରଣରୁ ରୋଗୀର ଜୀବନ ପ୍ରତି ବିପଦ ଥାଏ। ଯଦି ବେଳ ଥାଉ ଥାଉ ଏହି ରୋଗ ଚିହ୍ନଟ ହୁଏ ତେବେ ରୋଗୀର ଚିକିତ୍ସା ସମ୍ଭବ ହୋଇଥାଏ। କର୍କଟ କଥା ଦେଖିବାକୁ ଗଲେ ମଣିଷ ୧୦୦ ପ୍ରକାରର କର୍କଟ ରୋଗରେ ଆକ୍ରାନ୍ତ ହୋଇଥାଏ। ସୁରାପାନ, ଧୂମପାନ କରୁନଥିବା ଲୋକ ପ୍ରତିଦିନ ପୁଷ୍ଟିକର ଖାଦ୍ୟ ଖାଇବା ସହ ବ୍ୟାୟାମ କଲେ କର୍କଟ ରୋଗରୁ ଦୂରରେ ରୁହେ। ଦୈନିକ ବ୍ୟାୟାମ କରୁଥିବା ମହିଳା ସ୍ତନ କର୍କଟ ମୁକ୍ତ ହେବାର ୨୫ ପ୍ରତିଶତ ଆଶଙ୍କା କମ୍ ଥାଏ। 

ଭାରତୀୟ ମହିଳାଙ୍କୁ ସ୍ତନ କର୍କଟ ଅଧିକ ହେଉଥିବା ଦେଖାଯାଏ। ୨୦୧୬ରେ ଆଇସିଏମ୍ ରିପୋର୍ଟ ଅନୁଯାୟୀ, ଭାରତରେ କ୍ୟାନସର ରୋଗୀଙ୍କ ସଂଖ୍ୟା ୧୪ ଲକ୍ଷରୁ ଅଧିକ। ଭାରତରେ ପ୍ରତିବର୍ଷ ୧୦ ଲକ୍ଷ କ୍ୟାନସର ରୋଗୀ ଚିକିତ୍ସିତ ହେଉଛନ୍ତି। ସବୁଠାରୁ ଅଧିକ ପୁରୁଷ ରୋଗୀ ଫୁସଫୁସ୍ କ୍ୟାନସରରେ ଆକ୍ରାନ୍ତ ଥିବାବେଳେ ୧୦.୬ ପ୍ରତିଶତ ମହିଳା ସ୍ତନ କ୍ୟାନସରରେ ଆକ୍ରାନ୍ତ ହୋଇଥାନ୍ତି। 

କ୍ୟାନସରର ଲକ୍ଷଣ- 

ଧଇଁସଇଁ ହେବା- ବିନା କୌଣସି ଥକ୍କାପଣ କିମ୍ବା ଅଳ୍ପ କିଛି ବାଟ ଚାଲିବା ପରେ ଧଇଁସଇଁ ଲାଗିଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। 

କମ୍ ଭୋକ ଲାଗିବା- ଭୋକ ନଲାଗିବା କାରଣରୁ ପାଚନ ତନ୍ତ୍ର ଖରାପ ହୋଇଯାଏ। ଯଦି ଆପଣଙ୍କୁ ଏହି ସମସ୍ୟା ଲମ୍ବା ସମୟ ଧରି ଲାଗିରୁହେ ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। 

ଲଗାତର ରକ୍ତ ବହିବା- ଯଦି ଶୌଚ ସମୟରେ, କାଶ ସମୟରେ ରକ୍ତ ବହେ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। 

ଘା ଠିକ୍ ନହେବା- ମଧୁମେହ ରୋଗୀଙ୍କର ଶୀଘ୍ର ଘା ସୁଖେ ନାହିଁ। କିନ୍ତୁ ଯଦି ଆପଣଙ୍କୁ ମଧୁମେହ ସମସ୍ୟା ନାହିଁ ତଥାପି ମଧ୍ୟ ଘା ଶୁଖୁ ନାହିଁ ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହା କ୍ୟାନସରର ଲକ୍ଷଣ ହୋଇପାରେ।