Home > ରାଷ୍ଟ୍ରୀୟ
ସାମାଜିକ ଗଣମାଧ୍ୟମରେ ଟ୍ରୋଲର ଶିକାର ହେବା ପରେ କୋରନା ମୁକାବିଲା ପାଇଁ ସାହାର୍ଯ୍ୟ କଲେ ବିରାଟ ଓ ଅନୁଷ୍କା
Khabar Odisha:Coronavirus-Virat-Kohli-Anushka-Sharma-donate-to-PM-CARES-Maharashtra-CM-Relief-Fund
ମହାରାଷ୍ଟ୍ର, ମାର୍ଚ୍ଚ ୩୦ (ଖବର ଓଡ଼ିଶା):

ସୋସିଆଲ ମିଡିଆରେ ଚାରିଆଡୁ ସମାଲୋଚିତ ହେବା ପରେ ଶେଷରେ କରୋନା ପାଇଁ ସହାୟତାର ହାତ ବଢାଇଛନ୍ତି ସେଲିବ୍ରେଟି ଦମ୍ପତି ବିରାଟ କୋହଲୀ ଓ ଅନୁଷ୍କା ଶର୍ମା । ମହାମାରୀ କରୋନା ମୁକାବିଲା ପାଇଁ ଅନେକ ସେଲିବ୍ରେଟି ଓ ଉଦ୍ୟୋଗପତି ମାନେ ଭାରତ ସରକାରଙ୍କ ରିଲିଫ ପାଣ୍ଠିକୁ ନିଜ ସାଧ୍ୟ ମୁତାବକ ଅର୍ଥ ଦାନ କରୁଛନ୍ତି।

ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀ ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା କୌଣସି ବି ସାହାର୍ଯ୍ୟ କରିନଥିଲେ ଏ ନେଇ ସୋସିଆଲ ମିଡିଆରେ ଉଭୟଙ୍କୁ ଅନେକ ଟ୍ରୋଲ ଓ ସମାଲୋଚନାର ଶିକାର ହେବାକୁ ପଡିଥିଲା। ଏହା ପରେ ଆଜି ଉଭୟ ଦମ୍ପତି ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ଦାନ କରିଥିବା ନେଇ ଜଣାପଡିଛି। ଏ ନେଇ ସେମାନେ ଟ୍ୱିଟ କରି ସୂଚନା ଦେଇଛନ୍ତି ତେବେ କେତେ ଟଙ୍କା ଉଭୟ ଦାନ କରିଛନ୍ତି ଏ ନେଇ ଉଭୟ କିଛି ସୂଚନା ଦେଇନାହାଁନ୍ତି ଏହାକୁ ଗୁପ୍ତ ରଖିଛନ୍ତି। 

  • Tags: