Home > ରାଷ୍ଟ୍ରୀୟ
ସ୍ୱାଧୀନତା ଦିବସ ୧୫ ତାରିଖକୁ କାହିଁକି ଚୟନ କରାଗଲା, ସଂକ୍ଷେପରେ ଜାଣନ୍ତୁ
Khabar Odisha:Dciõjì-Why-India-was-got-independence-on-august-15

ନୂଆଦିଲ୍ଲୀ, ଅଗଷ୍ଟ ୧୫ (ଖବର ଓଡ଼ିଶା): ଭାରତ ଆଜି ୭୩ତମ ସ୍ୱାଧୀନତା ଦିବସ ପାଳନ କରୁଛି । ବର୍ଷ ୧୯୪୭ ଅଗଷ୍ଟ ୧୪-୧୫ ମଧ୍ୟ ରାତିରେ ଭାରତକୁ ଇଂରେଜମାନଙ୍କର ଠାରୁ ସ୍ୱାଧୀନ ମିଳିଥିଲା । ଏହି ଦିନ ପୂର୍ବରୁ ଅଗଷ୍ଟ ୧୫ ଭାରତ ଇତିହାସ ପାଇଁ ଗୁରୁତ୍ୱ ନ ଥିଲା । ଏମିତି ଅନେକ ସମୟରେ ଲୋକଙ୍କ ମନରେ ଧାରଣା ସୃଷ୍ଟି ହୋଇଥାଏ ଯେ, ସ୍ୱାଧୀନତା ଦିବସ ପାଇଁ ଏହି ଦିନକୁ କାହିଁକି ଚୟନ କରାଯାଇଥିଲା । ସବୁଠାରୁ ବଡ଼ କଥା ଯେ, ଭାରତ ଏହି ଦିନକୁ ଚୟନ କରି ନଥିଲା । 

ଇଂରେଜମାନେ ଭାରତକୁ ସ୍ୱାଧୀନତା ଦେବା ପାଇଁ ଅଗଷ୍ଟ ୧୫କୁ ଚୟନ କରିଥିଲେ । ଏହାର କାରଣ ଥିଲା ଯେ, ଏହାର ୨ ବର୍ଷ ପୂର୍ବରୁ ଅର୍ଥାତ ୧୯୪୫ ଅଗଷ୍ଟ ୧୫ରେ ଜାପାନ ସେନା ଆତ୍ମସମର୍ପଣ କରିଥିଲା । ଏଥି ସହିତ ଏକ ପ୍ରକାରର ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହୋଇଥିଲା । 

ଭାରତର ସ୍ୱାଧୀନତା ଉପରେ ଲେଖାଯାଇଥିବା ପୁସ୍ତକ ‘ଫ୍ରିଡମ ଆଟ ମିଡନାଇଟ’ରେ ତତ୍କାଳୀନ ଭାଇସରାୟ ଲର୍ଡ ମାଉଣ୍ଟବ୍ୟାଟେନ କହିଥିଲେ, ମୁଁ ଏହା ନିର୍ଦ୍ଧାରଣ କରିଥିଲି ଯେ, ଏହି ପୂରା ଘଟଣାକ୍ରମକୁ ମୁଁ ହିଁ ପ୍ରସ୍ତୁତ କରିବି । ବ୍ରିଟେନରୁ ଯେତେବେଳେ ଆମ ପାଖକୁ ସ୍ୱାଧୀନତାକୁ ନେଇ ଆଦେଶ ଆସିଥିଲା, ଆମକୁ ତାରିଖ ନିର୍ଦ୍ଧାରଣ କରିବାର ଥିଲା । ଏହି ତାରିଖ ଦୀର୍ଘ ହୋଇପାରିବ ନାହିଁ । ଆମେ ଏ ନେଇ ପୂର୍ବରୁ କିଛି ଚିନ୍ତା କରି ନ ଥିଲେ । ତତ୍କାଳୀନ ଭାରତର ଭାଗ୍ୟ ବିଧାତାମାନେ ଚିନ୍ତା କରିଥିଲେ ଯେ, ସେପ୍ଟେମ୍ବର ଅଥବା ଅଗଷ୍ଟରେ ତାରିଖ ନିର୍ଦ୍ଧାରଣ କରାଯାଉ । ଏହା ପରେ ଅଗଷ୍ଟ ୧୫ରେ ତାରିଖ ନିର୍ଦ୍ଧାରଣ ହେଲା । 

    

 

  • Tags: