Home > ରାଷ୍ଟ୍ରୀୟ
କରୋନା ଭୟ, ଭାରତରେ ନିଜ ବ୍ୟବସାୟ ବନ୍ଦ କଲା ଫ୍ଲିପକାର୍ଟ
Khabar Odisha:Flipkart-Suspends-Services-as-India-Enters-21-Day-Coronavirus-Lockdown
ବାଙ୍ଗାଲୁରୁ, ମାର୍ଚ୍ଚ ୨୫ (ଖବର ଓଡ଼ିଶା):

ସାରା ବିଶ୍ୱରେ ଦେଖାଦେଇଥିବା କରୋନାଭାଇରସ୍ ପ୍ରକୋପ ଯୋଗୁଁ ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଘୋଷଣା କରିବା ପରେ ପ୍ରମୁଖ ଇ-କମର୍ସ ସଂସ୍ଥାନ “ଫ୍ଲିପକାର୍ଟ’ ସାମୟିକ ଭାବେ ନିଜର ସେବା ସ୍ଥଗିତ ରଖିଥିବା କଥା ବୁଧବାର ଘୋଷଣା କରିଛି ।

ୱେବସାଇଟରେ ଏକ ବାର୍ତ୍ତାରେ ଫ୍ଲିପକାର୍ଟ କହିଛି: ହେଲୋ ଭାରତୀୟ ବନ୍ଧୁଗଣ, ଆମେ ସାମୟିକ ଭାବେ ସେବା ସ୍ଥଗିତ ରଖୁଛୁ । ଆପଣମାନଙ୍କର ଆବଶ୍ୟକତାକୁ ଆମେ ସର୍ବଦା ଗୁରୁତ୍ୱ ଦେଉଥିଲୁ । ଯଥା ଶୀଘ୍ର ସମ୍ଭବ ପୁଣି ଥରେ ଆପଣମାନଙ୍କୁ ସେମିତି ସେବା ଯୋଗାଇବୁ ବୋଲି ପ୍ରତିଶ୍ରୁତି ଦେଉଛୁ ।

ଅନ୍ୟାନ୍ୟ ଅସୁବିଧା ସମୟ ଠାରୁ ଏଇଟା ଅତି ଦୁଃସମୟ । ନିରାପଦରେ ରହିବାକୁ ଜନସାଧାରଣ ପୂର୍ବରୁ କଦାପି ସମାଜରୁ ଛାଡ଼ି ଅଲଗା ହୋଇ ରହି ନ ଥିଲେ । ଦେଶକୁ ସାହାଯ୍ୟ କରିବାକୁ ପୂର୍ବରୁ କେବେ କେହି ଘରେ ବସି ରହୁ ନ ଥିଲେ । ନିରାପଦରେ ରହିବା ପାଇଁ ଘରେ ରହିବାକୁ ଆମେ ଆପଣମାନଙ୍କୁ ନିବେଦନ କରୁଛୁ । ଆମେ ସଫଳ ହେବା । ଆମେ ମାନେ ଏକାଠି ହୋଇ ହୋଇ ଏହି ଦୁଃସମୟକୁ ମଧ୍ୟ ସଫଳତାର ସହ ଶେଷ କରିବା ।

ବିଭିନ୍ନ ରାଜ୍ୟରେ ଲୋକମାନଙ୍କ ଗମନାଗମନ ଏବଂ ମାଲ ପରିବହନ ଉପରେ କଟକଣା ଜାରି ହେବା ଯୋଗୁଁ ୱାଲମାର୍ଟ ମାଲିକାନାରେ ଥିବା ଫ୍ଲିପକାର୍ଟ ବ୍ୟବସାୟ ଚଳାଇ ରଖିବାକୁ ଯଥାସାଧ୍ୟ ଉଦ୍ୟମ କରିଥିଲା । ହେଲେ ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ସମ୍ପୂର୍ଣ୍ଣ ଦେଶକୁ ପୂର୍ଣ୍ଣ ରୂପରେ ଲକ ଡାଉନ ଘୋଷଣା କରିବା ପରେ ଶେଷରେ ନିଜ ସେବାକୁ ବନ୍ଦ କରିବା ପାଇଁ ବାଧ୍ୟ ହୋଇଛି ଫ୍ଲିପକାର୍ଟ।

  • Tags: