Home > ରାଷ୍ଟ୍ରୀୟ
କରୋନା ଭାଇରସରେ ତାମିଲନାଡୁରେ ପ୍ରଥମ ମୃତ୍ୟୁ, ଦେଶରେ ମୋଟ ସଂଖ୍ୟା ୧୧ ହେଲା
Khabar Odisha:Nation-Coronavirus-positive-patient-dies-in-Tamil-Nadu-country-s-virus-toll-rises-to-11

ନୂଆଦିଲ୍ଲୀ, ମାର୍ଚ୍ଚ ୨୫ (ଖବର ଓଡ଼ିଶା): କରୋନା ଭାଇରସ ଯୋଗୁଁ ତାମିଲନାଡୁ ରାଜ୍ୟରେ ପ୍ରଥମ ମୃତ୍ୟୁ ଖବର ଗଣମାଧ୍ୟମରୁ ଜଣାପଡ଼ିଛି । ଏହି ରୋଗୀଙ୍କୁ ମଦୁରାଇର ରାଜାଜୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ମୃତକ ଅନେକଗୁଡ଼ିଏ ରୋଗର ସମ୍ମୁଖୀନ ହୋଇଥିଲେ । ତାଙ୍କୁ ରକ୍ତଚାପ ଓ ମୁଧମେହ ରୋଗ ମଧ୍ୟ ହୋଇଥିଲା । 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଜ୍ୟମନ୍ତ୍ରୀ ଡ. ସି ବିଜୟଭାସ୍କର ଏସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି ରୋଗୀଙ୍କୁ ମଦୁରାଇସ୍ଥିତ ରାଜାଜୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଅନେକ ରୋଗର ଶିକାର ହୋଇଥିଲେ । ମଙ୍ଗଳବାର ରାତି ତାଙ୍କର ମୃତ୍ୟୁ ହୋଇଛି । ଏହି ଭଳି ଭାବରେ ଦେଶରେ କୋଭିଡ-୧୯ରେ ମୃତ୍ୟୁ ସଂଖ୍ୟା ବଢ଼ି ୧୧ ହୋଇଯାଇଛି । ଭାଇରସ ସଂକ୍ରମିତ ଅଧିକ ଖବର ମହାରାଷ୍ଟ୍ର ଓ ଦିଲ୍ଲୀରେ ଦେଖିବାକୁ ମିଳିଛି । ଉଭୟ ରାଜ୍ୟରେ ୨ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଭାଇରସ ନିୟନ୍ତ୍ରଣ ପାଇଁ, ଭାରତ ସରକାର ରାଜ୍ୟ ସରକାରଙ୍କ ସହ ଏକାଠି ହୋଇ କାମ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ମାର୍ଚ୍ଚ ୨୫ରୁ ୨୧ ଦିନ ଯାଏଁ ଲକଡାଉନରେ ରହିବାକୁ ପରାମର୍ଶ ଦେଇଛନ୍ତି । 

କେଉଁଠି କେତେ ମୃତ୍ୟୁ: ଦିଲ୍ଲୀ ଓ ମହରାଷ୍ଟ୍ରରେ ୨-୨ ଜଣ । ,ବିହାର, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ପଞ୍ଜାବ, ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଜଣେ ଲେଖାଏଁ । 

 

  • Tags: