Home > ରାଷ୍ଟ୍ରୀୟ
ରକ୍ଷାବନ୍ଧନ: ଦିଲ୍ଲୀରେ ମହିଳାମାନେ ଆଜି ନିଃଶୁଲ୍କରେ କରିବେ ବସ ଯାତ୍ରା
Khabar Odisha:Nation-Delhi-Transport-Corporation-offers-free-ride-for-women-on-raksha-bandhan

ନୂଆଦିଲ୍ଲୀ, ଅଗଷ୍ଟ ୧୫ (ଖବର ଓଡ଼ିଶା): ରକ୍ଷାବନ୍ଧନ ଅବସରରେ ଦିଲ୍ଲୀ ପରିବହନ ନିଗମ ଗୁରୁବାର ବସରେ ମହିଳାମାନଙ୍କୁ ନିଃଶୁଲ୍କ ଯାତ୍ରା କରାଇବ । ଡିଟିସି ଅନୁସାରେ ମହିଳାମାନେ ଡିଟିସିର ସିଟି ଓ ଏନସିଆରର ସମସ୍ତ ଏସି, ନନଏସି ବସରେ ସକାଳ ୮ଟାରୁ ରାତି ୧୦ ଟା ଯାଏଁ ନିଃଶୁଲ୍କ ଯାତ୍ରା କରିବେ । ଲୋକଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଅଧିକ ବସ ଚଳାଚଳ କରିବ । ଡିପୋ ମ୍ୟାନେଜର ପୂର୍ବରୁ ହିଁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଡିଟିଏସ ବସକୁ ପ୍ରସ୍ତୁତ କରି ରଖୁ । ଯାହା ଫଳରେ ରକ୍ଷାବନ୍ଧନ ଦିନ ଅଧିକାଂଶ ବସଗୁଡ଼ିକ ସଡ଼କରେ ବୁଲି ପାରିବ । ଜନଗହଳିପୂର୍ଣ୍ଣ ସ୍ଥାନରେ ଡିଟିଏସ ପକ୍ଷରୁ ଟ୍ରାଫିକ ସୁପରଭାଇଜର କର୍ମଚାରୀ ନିଯୁକ୍ତ କରାଯାଇଛି । 

ଦିଲ୍ଲୀ ସରକାର ଡିଟିଏସ ଓ କ୍ଲଷ୍ଟର ସବରେ ମହିଳାଙ୍କ ପାଇଁ ନିଃଶୁଲ୍କ ଯାତ୍ରା ଯୋଜନା ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି । ଖୁବ ଶୀଘ୍ର ଏହି ପ୍ରସ୍ତାବକୁ କ୍ୟାବିନେଟରେ ମଂଜୁରୀ ମିଳିବାର ଆଶା କରାଯାଉଛି । ସମ୍ଭାବନାତଃ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଛତ୍ରସାଲ ଷ୍ଟାଡିୟମରେ ଅୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ଏହାର ଘୋଷଣା ମଧ୍ୟ କରିପାରନ୍ତି । ଡିଟିସି ଓ କ୍ଲଷ୍ଟର ସ୍କିମର ବସରେ ମହିଳାଙ୍କୁ ନିଃଶୁଲ୍କ ଯାତ୍ରା କରାରଇବା ଯୋଜନାକୁ ନେଇ କ୍ୟାବିନେଟ ନୋଟ ପ୍ରସ୍ତୁତ କରିଛି । ଏଥିପାଇଁ ଅର୍ଥବିଭାଗକୁ ସକ୍ୟୁଲାର ଦିଆଯାଇଥିଲା । ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ବସରେ ନିଃଶୁଲ୍କ ଯାତ୍ରା ଯୋଜନାକୁ ନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । 

     

 

  • Tags: