Home > ରାଷ୍ଟ୍ରୀୟ
ହରିୟାଣା-ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନେଇ ନିର୍ବାଚନ ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି
Khabar Odisha:Nation-Election-commission-final-meet-on-Haryana-and-Maharashtra-election-today

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୨ (ଖବର ଓଡ଼ିଶା): ହରିୟାଣା ଓ ମହାରାଷ୍ଟ୍ରରେ ନିର୍ବାଚନ ନେଇ ନିର୍ବାଚନ ଆୟୋଗ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ସୂତ୍ର ଅନୁସାରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଏହି ୨ ରାଜ୍ୟର ବିଧାନସଭା ନିର୍ବାଚନ ସମେତ ହେବ ନାହିଁ । ସୂଚନାଯୋଗ୍ୟ ଯେ, ଗତଥର ବିଧାନସଭା ନିର୍ବାଚନ ପାଇଁ ସେପ୍ଟେମ୍ବର ୧୨ରେ ତାରିଖ ଘୋଷଣା ହୋଇଥିଲା । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଆୟୋଗ ଉଭୟ ରାଜ୍ୟର ବିଧାନସଭାକୁ ନେଇ ଓ ଶେଷ ବୈଠକ କରିବାକୁ ଯାଉଛି । ଆଶା କରାଯାଉଛି ଯେ, ଏହି ବୈଠକ ପରେ ଯେକୌଣସି ସମୟରେ ତାରିଖ ଘୋଷଣା କରାଯାଇପାରେ । 

ସୂତ୍ର ଅନୁସାରେ ଆୟୋଗର ଟିମ ଉଭୟ ରାଜ୍ୟରେ ଯାଇ ପ୍ରସ୍ତୁତି ସଂପର୍କିତ ସମୀକ୍ଷା କରିଛନ୍ତି । ବୈଠକରେ ଆୟୋଗର ଅଧିକାରୀ ଆଜି ଉଭୟ ରାଜ୍ୟର ନିର୍ବାଚନ ସଂପର୍କିତ ପ୍ରସ୍ତୁତି ନେଇ ସୂଚନା ଦେଇପାରନ୍ତି । ହରିୟାଣା ଓ ମହାରାଷ୍ଟ୍ରରେ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ନିର୍ବାଚନ ହେବ । ହରିୟାଣାରେ ଗୋଟିଏ ଓ ମହାରାଷ୍ଟ୍ରରେ ୨ଟି ପର୍ଯ୍ୟାୟରେ ମତଦାନ ହୋଇପାରେ । ଝାଡ଼ଖଣ୍ଡରେ ଡିସେମ୍ବରରେ ବିଧାନସଭା ନିର୍ବାଚନ ହୋଇପାରେ ।  

  • Tags: