Home > ରାଷ୍ଟ୍ରୀୟ
ସଂସଦର ଶୀତକାଳୀନ ଅଧିବେଶନରେ ଆସିବ ‘ଏଫଆରଡିଆଇ’ ବିଲ, ସରକାର ପ୍ରସ୍ତୁତ କଲେ ଡ୍ରାଫ୍ଟ ନୋଟ୍‌!
Khabar Odisha:Nation-FRDI-bill-to-be-included-in-winter-session-of-parliament-government-prepaired

ନୂଆଦିଲ୍ଲୀ, ନଭେମ୍ବର ୧୫ (ଖବର ଓଡ଼ିଶା): ବିତ୍ତିୟ ସଂକଳ୍ପ ଓ ଜମା ବୀମା (ଏଫଆରଡିଆଇ) ବିଲକୁ ସଂସଦର ଶୀତକାଳୀନ ଅଧିବେଶନରେ ସାମିଲ କରାଯାଇପାରେ। ସରକାରୀ ସୂତ୍ରରୁ ସୂଚନା ମିଳିବା ପରେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆର୍ଥିକ ମାମଲାର ବିଚାର ବିଭାଗ ଆଗାମୀ ୪-୫ ଦିନ ମଧ୍ୟରେ ବିଲର ଡ୍ରାଫ୍ଟ ନୋଟ ନୀତି ଆୟୋଗ, ଡିଏଫ୍‌ଏସ୍‌ ଓ ବ୍ୟୟ ବିଭାଗକୁ ପଠାଇବେ। ସୂଚନାଯୋଗ୍ୟ ସଂସଦର ଆଗାମୀ ଅଧିବେଶନ ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହେଉଛି।

ଏହାରି ବଳରେ କୌଣସି ବିତ୍ତିୟ ସଂସ୍ଥା ଯଦି ବିଫଳ ହୁଏ, ଏହିଭଳି ପ୍ରତିଷ୍ଠାନର ଜମାକର୍ତ୍ତାଙ୍କୁ ୩ ରୁ ୩.୫ ଲକ୍ଷ ଯାଏଁ ଜମା ବୀମା ଦିଆଯିବାର ଆଶା ଦେଖାଯାଇଛି। ଏବେ ଜମା ବୀମା ଯୋଜନା ଅନ୍ତର୍ଗତ ଜମାକର୍ତ୍ତାଙ୍କୁ ୧ ଲକ୍ଷ ଟଙ୍କା ଯାଏଁ ଦିଆଯାଉଛି।

କେବଳ ଏତିକି ନୁହେଁ, ଜମା ବୀମାକୁ ମହଙ୍ଗା ଦର ଅର୍ଥାତ ମୁଦ୍ରାସ୍ଫିତି ସହିତ ଯୋଡ଼ିବା ନେଇ ଚିନ୍ତା କରାଯାଉଛି। ବର୍ତ୍ତମାନ ସ୍ଥିତିକୁ ଦେଖି ଏଫଆରଡିଆଇ ବିଲକୁ ଏହି ଶୀତକାଳୀନ ଅଧିବେଶନରେ ଆଣିବାର ଆବଶ୍ୟକତା ଅଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କାରଣ ନନ୍‌ ବ୍ୟାଙ୍କିଙ୍ଗ ଫାଇନାନ୍ସ କର୍ପୋରେଶନ ଭଳି ଡିଏଚଏଫଏଲ, ଆଇଏଲ ଓ ଏଫଏସ ସଂକଟ ମଧ୍ୟରେ ଦିନ କାଟୁଛି। ଏଥି ସହିତ ପିଏମ୍‌ସି ବ୍ୟାଙ୍କ ଦୁର୍ନୀତି ପରେ ସରକାର ଆହୁରି ସତର୍କତା ଅବଲମ୍ବନ କରିପାରେ। ଏହି ଘୋଷଣା ପରେ ଜମାକର୍ତ୍ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ।

  • Tags: