Home > ରାଷ୍ଟ୍ରୀୟ
୪ ଅଭିଯୁକ୍ତ ନିହତ ହେବା ପରେ ପୀଡ଼ିତାଙ୍କ ମା’ କହିଲେ- ମୁଁ ବହୁତ ଖୁସି, ପୋଲିସ ମହାନ କାମ କରିଛି
Khabar Odisha:Nation-I-am-extremely-happy-with-this-punishmentPolice-has-done-a-great-says-Asha-Devi

ହାଇଦ୍ରାବାଦ, ଡିସେମ୍ବର ୦୬ (ଖବର ଓଡ଼ିଶା): ହାଇଦ୍ରାବାଦର ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସହିତ ଜଡ଼ିତ ୪ ଅଭିଯୁକ୍ତ ଶୁକ୍ରବାର ଭୋର ସକାଳୁ ଏନକାଉଣ୍ଟରେ ନିହତ ହୋଇଛନ୍ତି । ପଚରାଉଚରା ପାଇଁ ନିଆଯାଇଥିବା ବେଳେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିବାରୁ ପୋଲିସ ଏନକାଉଣ୍ଟର କରିଛି । ଫଳରେ ୪ ଅଭିଯୁକ୍ତ ନିହତ ହୋଇଛନ୍ତି । 

ଏନକାଉଣ୍ଟରରେ ୪ ଜଣ ଅଭିଯୁକ୍ତ ନିହତ ହେବା ପରେ ପୀଡ଼ିତାଙ୍କ ମା’ ଆଶା ଦେବୀ ଶୁକ୍ରବାର ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମୁଁ ଆଜି ବହୁତ ଖୁସି ଅନୁଭବ କରୁଛି । କାରଣ ପୋଲିସ ଏକ ମହାନ କାମ କରିଛି । ମୋର ଦାବି ଯେ, ପୋଲିସ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯାଉ । 

ପୀଡିତାଙ୍କ ବାପା କହିଛନ୍ତି, ମୋ ଝିଅ ମୃତ୍ୟୁର ୧୦ ଦିନ ପରେ ୪ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟରରେ ନିହତ କରିଛି । ମୁଁ ପୋଲିସ ଓ ସରକାରଙ୍କୁ ଧନ୍ୟବାଦ ଜଣାଉଛି । ମୋ ଝିଅର ଆତ୍ମା ଏବେ ଶାନ୍ତି ପାଇବ । 

ସାଇବର ପୋଲିସ କମିଶନର ଭିସି ସାଜନାର କହିଛନ୍ତି, ଅଭିଯୁକ୍ତ ଆରିଫ, ନବୀନ, ଶିବା ଓ ଚେନ୍ନାକେଶାଭାଲୁକୁ ପୋଲିସ ଏନକାଉଣ୍ଟର କରିଛି । ଏମାନେ ଘଟଣାସ୍ଥଳରେ ହିଁ ନିହତ ହୋଇଛନ୍ତି । ଏହି ଘଟଣା ଆଜି ସକାଳ ୩ଟାରୁ ୬ଟା ମଧ୍ୟରେ ଘଟିଛି । ମୁଁ ଘଟଣାସ୍ଥଳକୁ ପହଂଚିଥିଲା । ଆହୁରି ଅନେକ ତଥ୍ୟ ଆସିବ । 

  • Tags: