Home > ରାଷ୍ଟ୍ରୀୟ
ଆଣ୍ଡାମାନରେ ୧୦ ଜଣ କରୋନା ପଜିଟିଭ, ନିଜାମୁଦ୍ଦୀନର ମରକଜରୁ ଫେରିଥିଲେ ୯ ଜଣ
Khabar Odisha:Nation-Coronavirus-9-people-who-attended-Nizamuddin-congregation-test-positive-in-Andaman

ନୂଆଦିଲ୍ଲୀ, ମାର୍ଚ୍ଚ ୩୧ (ଖବର ଓଡ଼ିଶା): ଦେଶବ୍ୟାପୀ କରୋନା ଭାଇରସକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଆଣ୍ଡାମାନ ଦ୍ୱୀପରେ ୧୦ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯ ଜଣ ଜାତୀୟ ରାଜଧାନୀ ନୂଆଦିଲ୍ଲୀର ନିଜାମୁଦ୍ଦୀନସ୍ଥିତ ତବଲିଗୀ ଜମାତର କାର୍ଯ୍ୟାଳୟ (ମରକଜ)ରୁ ଫେରିଥିଲେ । କୁହାଯାଉଛି ଯେ, ୧୦ମ ସଂକ୍ରମିତ ହେଉଛନ୍ତି ଜଣେ ମହିଳା । ସେ ୯ଜଣଙ୍କ ମଧ୍ୟରୁ କୌଣସି ଜଣେ ବ୍ୟକ୍ତିଙ୍କ ପତ୍ନୀ ବୋଲି କୁହାଯାଉଛି । ଏମାନେ ସମସ୍ତେ ଗତ ୨୪ ତାରିଖରେ ଭିନ୍ନ ଭିନ୍ନ ବିମାନରେ ଆଣ୍ଡାମାନ ପହଞ୍ଚିଥିଲେ । ପଚରାଉଚରା ବେଳେ ଜଣାପଡ଼ିଥିଲା ଯେ, ଏମାନେ ସମସ୍ତେ ଦିଲ୍ଲୀର ନିଜାମୁଦ୍ଦୀନସ୍ଥିତ ମରକଜରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । 

ମରକଜର ମୌଲାନାଙ୍କ ବିରୋଧରେ କେଜ୍ରିୱାଲ ସରକାର ଏଫଆଇଆର ରୁଜୁ କରାଇବ । ତବଲିଗୀ ଜମାତ କେନ୍ଦ୍ରରେ ରବିବାର ଦିଲ୍ଲୀର ଏଲଏନଜେପି ହସ୍ପିଟାଲରେ ୩୪ ଜଣଙ୍କ ପରୀକ୍ଷା କରାଯାଇଥିଲା । ଏମାନେ ସମସ୍ତେ କରୋନା ସନ୍ଦିଗ୍ଧ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ଜଣେ ୬୪ ବର୍ଷିଅ ବ୍ୟକ୍ତଙ୍କ ମୃତ୍ୟୁ ହୋଇଛି । ସେ ତାମିଲନାଡୁ ନିବାସୀ ଅଟନ୍ତି । ଦିଲ୍ଲୀ ସରକାର କହିଛନ୍ତି, ଗତ ୨୪ ତାରିଖ ରାତି ୧୨ଟାରୁ ଦେଶରେ ଲକଡାଉନ ଆରମ୍ଭ ହୋଇଯାଇଥିଲା । ପ୍ରତି ହୋଟେଲ, ଅତିଥି ଭବନ, ହଷ୍ଟେଲ ମାଲିକ ଓ ପ୍ରଶାସନିକ ସାମାଜିକ ଦୂରତ୍ୱ ଲାଗୁ ହୋଇଯାଇଥିଲା ।

ସୂଚନାଯୋଗ୍ୟ, ନିଜାମୁଦ୍ଦୀନରେ ଆୟୋଜିତ ତବଲିଗୀ ଜମାତ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସିଥିବା ୧୦ ଜଣ ଲୋକଙ୍କ କରୋନା ଭାଇରସ କାରଣରୁ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ଅଧଂକାଶ ତେଲେଙ୍ଗାନାରେ ସର୍ବାଧିକ ୬ ଜରଙ୍କର ମୃତ୍ୟୁ ହୋଇଛି । ସେହିପରି ତାମିଲନାଡୁ, କର୍ଣ୍ଣାଟକ ଓ ଜମ୍ମୁ କଶ୍ମୀରରେ ମଧ୍ୟ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଅନ୍ୟ ଜଣେ ହେଉଛନ୍ତି ବିଦେଶ । ଧାର୍ମିକ କାର୍ଯ୍ୟାନୁଷ୍ଠାନରେ ଯୋଗଦେବା ପରେ ସମସ୍ତେ ଫେରିଯାଇଥିଲେ ।          

 

  • Tags: