Home > ରାଷ୍ଟ୍ରୀୟ
ଭାରତରେ କରୋନା ଭାଇରସ ଏଯାଏଁ ଦ୍ୱିତୀୟ ଷ୍ଟେଜରେ ଅଛି: ସ୍ୱାସ୍ଥ୍ୟ ମନ୍ତ୍ରାଳୟ
Khabar Odisha:Nation-India-Delhi-Covid-19-India-still-in-local-transmission-stage-says-health-ministry

ନୂଆଦିଲ୍ଲୀ, ମାର୍ଚ୍ଚ ୩୧ (ଖବର ଓଡ଼ିଶା): ଦେଶବ୍ୟାପି କୋଭିଡ-୧୯କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଲକଡାଉନର ପ୍ରଭାବ ସକରାତ୍ମକ ଦିଗ ଭଳି ଜଣାପଡୁଛି ଏବଂ ଏହି ମାରାତ୍ମକ ଭାଇରସ ଏପର୍ଯ୍ୟନ୍ତ ଦ୍ୱିତୀୟ ଷ୍ଟେଜରେ ଅଛି । ସରକାର କହିଛନ୍ତି, ଏହି ଭାଇରସ ଏହି ଭାଇରସ ଯେତେବେଳେ ଗୋଷ୍ଠୀ ମଧ୍ୟରେ ବ୍ୟାପିବା ଆରମ୍ଭ କରିବ, ସରକାର ସୂଚନା ଦେବେ । ଏଥିପାଇଁ ଅଧିକ ସତର୍କ ରହିବାକୁ ସୂଚନା ଦେବେ ।   

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସହଯୋଗୀ ସଚିବ ଲଭ ଅଗ୍ରୱାଲ କହିଛନ୍ତି, ବର୍ତ୍ତମାନ ଦେଶରେ ଲୋକାଲ ଟ୍ରାନ୍ସମିଶନ ଅବସ୍ଥାରେ ଅଛି । ଯଦି କମ୍ୟୁନିଟି ଟ୍ରାନ୍ସମିଶନର କୌଣସି ସଂକେତ ମିଳେ, ତାହେଲେ ସର୍ବପ୍ରଥମେ ଗଣମାଧ୍ୟମକୁ ସୂଚନା ଦିଆଯିବ । କାରଣ ଗଣମାଧ୍ୟମ ହିଁ ଲୋକଙ୍କ ମଧ୍ୟରେ ସତର୍କ ଓ ସଚେତନତା ସୃଷ୍ଟି କରିପାରିବ । ସ୍ୱାସ୍ଥ୍ୟ ସଚିବ ସୋମବାର କହିଛନ୍ତି, ବିଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ-୧୯ କାରଣରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ୯୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ୧୦୭୧ ପିଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଭାରତରେ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି । ସେ କହିଛନ୍ତି କରୋନା ରୋଗରେ ସଂକ୍ରମିତ ୯୯ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଲୋକଙ୍କୁ ‘କଣ କରିବେ, କଣ ନ କରିବେ’ ସେ ସଂପର୍କରେ ପରାମର୍ଶ ଜାରି କରିଛନ୍ତି । ଭାଇରସ ଯେତେବେଳେ ପ୍ରାଥମିକ ଅବସ୍ଥାରେ ଥିବ, ସେହି ସମୟରେ ମୁକାବିଲା କରିବା ହେଉଛି ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ବିଷୟ । ସେ କହିଛନ୍ତି ଅଧିକାଂଶ ନମୁନା ପଜିଟିଭ ବାହାରିବା ଆମ ପାଇଁ ଇତିହାସ । ତେଣୁ ଆମକୁ ସାମାଜିକ ଦୂରତ୍ୱ ରହିବାକୁ ହେବ । କାରଣ ଜଣେ ବ୍ୟକ୍ତିଙ୍କ ଅବହେଳା ଯୋଗୁଁ କରୋନା ଭାଇରସ ବ୍ୟାପିବାରେ ଭଡ଼ ଭୂମିକା ତୁଲାଇପାରେ । 

 

  • Tags: