Home > ରାଷ୍ଟ୍ରୀୟ
ଆଜି ୭୩ତମ ସ୍ୱାଧୀନତା ଦିବସ, ନିଜସ୍ୱ ଶୈଳୀରେ ପର୍ବ ପାଳନ କରୁଛନ୍ତି ଭାରତୀୟ ଜନତା
Khabar Odisha:Nation-India-celebrating-73rd-Independence-Day-today-in-an-unique-style

ନୂଆଦିଲ୍ଲୀ, ଅଗଷ୍ଟ ୧୫ (ଖବର ଓଡ଼ିଶା): ଭାରତ ଗୁରୁବାର ୭୩ତମ ସ୍ୱାଧୀନତା ଦିବସ ଉତ୍ସାହର ସହିତ ପାଳନ କରୁଛି । ଜମ୍ମୁ କଶ୍ମୀର ଠାରୁ କନ୍ୟାକୁମାରୀ ଓ ପୂର୍ବରେ ବଙ୍ଗୋପସାଗର କୂଳରୁ ପଶ୍ଚିମରେ ଆରବ ସାଗର ତଟ ପର୍ଯ୍ୟନ୍ତ ଚାରିଆଡେ ସ୍ୱାଧୀନତା ଦିବସର ଝଲକ ଦେଖିବାକୁ ମିଳିଛି । ଦେଶର ଜନତା ନିଜସ୍ୱ ଶୈଳୀରେ ସ୍ୱାଧୀନତା ଦିବସକୁ ପାଳନ କରୁଛନ୍ତି । ଆଜି ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ସ୍ୱାଧୀନତା ଦିବସ ଅବସରରେ ଗୁଗଲ ଡୁଡଲ କରି ଭାରତକୁ ଅଭିନନ୍ଦନ ଜଣାଇଛି । ସେହିପରି ଆମେରିକା ମଧ୍ୟ ଶୁଭେଚ୍ଛା ବାର୍ତ୍ତା ଦେଇଛି । 

ଦେଶର ଐତିହାସିକ କିର୍ତ୍ତିରାଜୀ ଗୁଡ଼ିକ ଆଲୋକରେ ସଜାଯାଇଛି । ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଲାଲକିଲ୍ଲା ଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଜନତାକୁ ସମ୍ବୋଧିତ କରିବା ପୂର୍ବରୁ ସ୍ୱାଧୀନତା ସଂଗ୍ରାମୀମାନେ ମଧ୍ୟ ମନେପଡ଼ିଯାଇଛନ୍ତି । 

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ଓ ଦିଲ୍ଲୀସ୍ଥିତ ସଂସଦ ଭବନକୁ ଆଲୋକରେ ସୁସଜ୍ଜିତ କରାଯାଇଛି । ସେହିଭଳି କୋଲକାତାସ୍ଥିତ ଦେଶର ସର୍ବୋଚ୍ଚ କୋଠାକୁ ମଧ୍ୟ ତ୍ରିରଙ୍ଗା ଭଳି ଦେଖାଯାଉଥିଲା ଏଲଇଡି ଲାଇଟରେ ସଜ୍ଜିକରଣ କରାଯାଇଛି । 

ଉତ୍ତରାଖଣ୍ଡର ଋଷିକେଶର ଚନ୍ଦ୍ରେଶ୍ୱର ମହାଦେବ ମନ୍ଦିରରେ ଶିବଲିଙ୍ଗକୁ ତ୍ରିରଙ୍ଗା ଭଳି ସଜାଯାଇଛି । 

ତାମିଲନାଡୁର କାର୍ଭିଙ୍ଗ ଚିତ୍ରକାର ସନ୍ତୋଷ ତରଭୁଜ ଉପରେ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଭଗତ ସିଂହ, ଜବାହରଲାଲ ନେହରୁ, ସୁଭାଷ ଚନ୍ଦ୍ର ବୋଷ ଓ ସରୋଜିନୀ ନାଇଡୁଙ୍କ ଚିତ୍ର ଆଙ୍କିଛନ୍ତି । 

 

  • Tags: