Home > ରାଷ୍ଟ୍ରୀୟ
ମଉଳି ନାହିଁ ଆଶା: ୨୦୨୧ରେ ମିଶନ ‘ଗଗନଯାନ’ର ପ୍ରସ୍ତୁତି, ୧୨ ସମ୍ଭାବିତ ଯାତ୍ରୀ ଚିହ୍ନଟ
Khabar Odisha:Nation-Indian-air-force-has-selected-12-probable-astronauts-for-Indies-gaganyaan-in-2021

ବେଙ୍ଗୁଲୁରୁ, ନଭେମ୍ବର ୧୫ (ଖବର ଓଡ଼ିଶା): ମିଶନ ଚନ୍ଦ୍ରଯାନ-୨ ସଫଳ ନ ହେବା ପରେ ବି ଭାରତ ମହାକାଶ ବିଜ୍ଞାନ କ୍ଷେତ୍ରରେ ଅଧିକ କାମ କରୁଛି । ଭାରତ ତରଫରୁ ୨୦୨୧ରେ ପ୍ରଥମ ମାନବ ମିଶନ ‘ଗଗନଯାନ’ ପଠାଯିବ । ଏଥି ପାଇଁ ୧୨ ଜଣ ସମ୍ଭାବିତ ଯାତ୍ରୀଙ୍କୁ ଚିହ୍ନଟ କରାଯାଇଛି । ବାୟୁସେନା ପ୍ରମୁଖ ମାର୍ଶଲ ଆର.କେ.ଏସ ଭଦୌରିଆ ଗୁରୁବାର କହିଛନ୍ତି, ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ତରଫରୁ ପ୍ରସ୍ତାବିତ ପ୍ରଥମ ମାନବ ମିଶନ ପାଇଁ ଅନ୍ତରୀକ୍ଷ ଯାତ୍ରୀ ଧନ୍ଦାମୂଳକ ଭାବେ ଚିହ୍ନଟ କରାଯାଉଛି । 

ବାୟୁସେନା ମୁଖ୍ୟ କହିଛନ୍ତି ଯେ, ସମ୍ଭାବିତ ଅନ୍ତରୀକ୍ଷ ଯାତ୍ରୀଙ୍କ ଚୟନ ପ୍ରକ୍ରିୟା ଜାରି ରହିଛି । ମୋ ମତରେ ଏହା ଧନ୍ଦାମୂଳକ (ପ୍ରଫେଶନାଲ) ଭାବେ କରାଯିବ । ଇଣ୍ଡିଆନ ସୋସାଇଟି ଫର ଏୟରୋସ୍ପେସ ମେଡିସିନର ୫୮ତମ ବାର୍ଷିକ ସମ୍ମିଳନୀର ଉଦଘାଟନ ଅବସରରେ ବାୟୁସେନା ପ୍ରମୁଖ କହିଛନ୍ତି, ଭାରତୀୟ ବାୟୁସେନା ଟିମ ଇସ୍ରୋ ସହିତ ସମନ୍ୱୟ କରୁଛନ୍ତି । ଅନ୍ତରୀକ୍ଷ ଡିଜାଇନକୁ ମଧ୍ୟ ଦେଖୁଛି । ଜୀବନ ରକ୍ଷକ ପ୍ରଣାଳୀ, କ୍ୟାପସୁଲ ଡିଜାଇନ ସହିତ ବିମାନ ଚିକିତ୍ସା ପ୍ରକୋଷ୍ଠ ସୁନିଶ୍ଚିତ କରିବାର ଅଛି । 

ସମାରୋହକୁ ସମ୍ବୋଧନ କରି ବାୟୁସେନାର ଚିକିତ୍ସା ସେବା ନିର୍ଦେଶକ ଏୟାର ମାର୍ଶଲ ଏମଏସ ବୁଟୋଲା କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଗଗନ ଯାତ୍ରୀଙ୍କ ଚୟନ ଶେଷ ହୋଇଛି ଏବଂ ସମ୍ଭାବିତ ଅନ୍ତରୀକ୍ଷ ଯାତ୍ରା ପାଇଁ ବାୟୁସେନାରୁ ବଛାଯାଇଥିବା କିଛି ଚାଳକ ଦଳର ସଦସ୍ୟଙ୍କର ଋଷିଆରେ ତାଲିମ ଶେଷ ହୋଇଛି । ବୁଟୋଲା କହିଛନ୍ତି, ଯେଉଁ ଦାୟିତ୍ୱ ଦିଆଯାଇଥିଲା, ତାହା ସଠିକ ସମୟରେ ଶେଷ କରାଯାଇଛି । ସେ କହିଛନ୍ତି ଗଗନଯାନ ପାଇଁ ୧୨ ଜଣ ଯାତ୍ରୀ ଦରକାର ଥିବା ବେଳେ ଏଥିରୁ ୭ ଜଣ ତାଲିମ ପାଇଁ ଋଷିଆ ଯାଇଛନ୍ତି । ସେମାନେ ଫେରିବା ପରେ ଅନ୍ୟ ଯାତ୍ରୀଙ୍କର ଚୟନ ହେବ । 

 

  • Tags: