Home > ରାଷ୍ଟ୍ରୀୟ
ଭୋପାଳ ଗ୍ୟାସ ଘଟଣାରେ ପୀଡ଼ିତଙ୍କୁ ନ୍ୟାୟ ପାଇଁ ସ୍ୱର ଉଠାଇଥିବା ଅବଦୁଲ ଜବାରଙ୍କ ପରଲୋକ
Khabar Odisha:Nation-Demise-of-Abdul-Jabbar-who-worked-for-Bhopal-gas-tragedy-victims

ଭୋପାଳ, ନଭେମ୍ବର ୧୫ (ଖବର ଓଡ଼ିଶା): ବହୁଚର୍ଚ୍ଚିତ ଭୋପାଳ ଗ୍ୟାସ ଲିକ ଘଟଣାରେ ପୀଡ଼ିତଙ୍କୁ ନ୍ୟାୟ ପାଇଁ ସ୍ୱର ଉଠାଇଥିବା ଅବଦୁଲ ଜବାର ଗୁରୁବାର ଦୀର୍ଘ ଦିନର ରୋଗରେ ପଡ଼ିବା ପରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଭୋପାଳ ଗ୍ୟାସ ପୀଡ଼ିତଙ୍କ ମଙ୍ଗ ପାଇଁ କାମ କରିଥିବା  ଏନଜିଓର ସଂଯୋଜକ ଥିଲେ । ସେ ଅସୁସ୍ଥ ଥିବାରୁ ତାଙ୍କୁ ଭୋପାଳର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଦିନକ ପୂର୍ବରୁ ମଧ୍ୟପ୍ରଦେଶ ସରକାର ତାଙ୍କର ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ କରିବାକୁ ଘୋଷଣା କରିଥିଲେ । ଜବରଙ୍କ ଦ୍ୱାରା ଗଠନ କରାଯାଇଥିବା ଏନଜିଓ ପାଖାପାଖି ୩୦ ବର୍ଷ ହେବ ଗ୍ୟାସ ଦୁର୍ଘଟଣାରେ ପୀଡ଼ିତଙ୍କ ପାଇଁ କାମ କରୁଛି । ଅବଦୁଲ ଜବାର ଏହି ଦୁର୍ଘଟଣାରେ ନିଜର ପିତା-ମାତାଙ୍କୁ ହରାଇଥିଲେ ।  

ସୂଚନାଯୋଗ୍ୟ ୧୯୮୪ ଡିସେମ୍ବର ୨ ରାତି ଭୋପାଳର ୟୁନିୟନ କାର୍ବାଇଡ କାରଖାନାରେ ବିଷାକ୍ତ ମିଥାଇଲ ଆଇସୋସାଏନେଟ ଗ୍ୟାସ ନିର୍ଗତ ହୋଇଥିଲା । ଏହି ଗ୍ୟାସ ଯୋଗୁଁ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା । ସେଦିନର ଘଟଣାକୁ ଆଜି ମଧ୍ୟ ଭୋପାଳବାସୀ ଭୁଲି ନାହାନ୍ତି । ପବନ ଏଭଳି ଭାବରେ ପ୍ରଚଳିତ ହେଉଥିଲା ଯେ, ଅଳ୍ପ କିଛି ଘଣ୍ଟା ମଧ୍ୟରେ ୩୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା । ମାତ୍ର ଲୋକେ କୁହନ୍ତି ପ୍ରାୟ ୧୦ ହଜାର ଲୋକ ଏହି ଗ୍ୟାସ ଯୋଗୁଁ ଜୀବନ ହାରିଥିଲେ । 

    

 

  • Tags: