Home > ରାଷ୍ଟ୍ରୀୟ
୨୦୨୨ ସୁଦ୍ଧା ଭାରତ ଅଧିନରେ ରହିବ ପାକିସ୍ତାନ ଅଧିକୃତ କଶ୍ମୀର: ଶିବସେନା ନେତା ସଂଜୟ ରାଉତ
Khabar Odisha:Nation-PoK-will-be-part-of-India-by-2022-Shiv-Sena-MP-Sanjay-Raut

ମୁମ୍ବାଇ, ସେପ୍ଟେମ୍ବର ୧୨ (ଖବର ଓଡ଼ିଶା): ଶିବସେନା ନେତା ସଂଜୟ ରାଉତ କହିଛନ୍ତି, ୨୦୨୨ ସୁଦ୍ଧା ପାକିସ୍ତାନ ଅଧିକୃତ କଶ୍ମୀରକୁ ଭାରତ ଅଧିନରେ ରହିବ । ଗତମାସରେ ଜମ୍ମୁ କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ଅଧିକାର ଧାରା ୩୭୦ ଉଚ୍ଛେଦ କରାଯିବା ପରେ ସଂଜୟ ରାଉତ ଏହା କହିଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନ ଅଧିକୃତ କଶ୍ମୀରକୁ ସଂପୂର୍ଣ୍ଣ ଭାବେ ଭାରତ ଅଧିନରେ ଅଣାଯିବ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ ଭାବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କହିଛନ୍ତି ଯେ, କଶ୍ମୀର ଆମର ଆଭ୍ୟନ୍ତରୀଣ ମାମଲା । ଆପଣ ଦେଖି ନାହାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶରୀରର ଭାଷା । ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଅଧିକୃତ କଶ୍ମୀର ଆଗାମୀ ଦିନରେ ଭାରତର ହେବ । ଆମେ ୨୦୨୨ ସୁଦ୍ଧା ଅଖଣ୍ଡ ଭାରତ ପୂରଣ କରିବୁ ବୋଲି ସଂଜୟ ରାଉତ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ବୟାନର ଦିନକ ପରେ ସଂଜୟ ରାଉତ ମୁହଁ ଖୋଲିଛନ୍ତି । ଜିତେନ୍ଦ୍ର ସିଂହ କହିଥିଲେ ଯେ, ଧାରା ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ର ଏବେ ପାକିସ୍ତାନ ଅଧିକୃତ କଶ୍ମୀରକୁ ଜମ୍ମୁ କଶ୍ମୀରରେ ମିଶାଇବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଉଦ୍ଧବଠାକରେଙ୍କ ନେତୃତ୍ୱରେ ପରିଚାଳିତ ଶିବସେନା ପୂର୍ବରୁ ଏହି ପ୍ରସଙ୍ଗରେ ମୋଦୀଙ୍କୁ ପ୍ରବଳ ସମର୍ଥନ ଜଣାଇଛି । ରାଜ୍ୟସଭା ସାଂସଦ ରାଉତ କହିଛନ୍ତି, ପିଓକେ ଓ ବାଲୁଚିସ୍ତାନ ପରବର୍ତ୍ତୀ ମିଶନ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଯୋଜନା ପରେ ଶିବସେନାର ବରିଷ୍ଠ ନେତା ରାଉତ ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଅଖଣ୍ଡ ଭାରତର ସ୍ୱପ୍ନ ପୂରଣ କରିବେ ।  

  • Tags: