Home > ରାଷ୍ଟ୍ରୀୟ
ମହାରାଷ୍ଟ୍ର: ମାଉଣ୍ଟ କିଲମଞ୍ଜାରୋରେ ତ୍ରିରଙ୍ଗା ଉଡାଇଲେ ପୁନେର ୯ ବର୍ଷିଅ ବାଳକ
Khabar Odisha:Nation-Nine-year-old-boy-from-Pune-scales-Mount-Kilimanjaro-in-Tanjania

ପୁନେ, ଅଗଷ୍ଟ ୧୫ (ଖବର ଓଡ଼ିଶା): ମହାରାଷ୍ଟ୍ରର ପୁନେର ଜଣେ ୯ ବର୍ଷିଅ ବାଳକ ବିଶ୍ୱର ଅନ୍ୟତମ ଉଚ୍ଚ ଶୃଙ୍ଗ କିଲମଞ୍ଜାରୋରେ ତ୍ରିରଙ୍ଗା ଉଡାଇଛନ୍ତି । ଅଦ୍ୱୈତ ଭାରତୀୟ ଅଳ୍ପ ବୟସରେ ପୁଣି ୭୩ତମ ସ୍ୱାଧୀନତା ଦିବସରେ ଏହି କାମ କରି ଇତିହାସରେ ଆଉ ଏକ ପୃଷ୍ଠା ଯୋଡ଼ିଛନ୍ତି । ଏହା ପୂର୍ବରୁ ଅଦ୍ୱୈତ ୬ ବର୍ଷ ବୟସରେ ୨୦୧୬ରେ ଏଭରେଷ୍ଟ ଶୃଙ୍ଗକୁ ସଫଳତାର ସହିତ ଚଢ଼ିଥିଲେ ।

ତାଞ୍ଜାନିଆ ସ୍ଥିତ କିଲମଞ୍ଜାରୋ ପର୍ବତ ସମୁଦ୍ର ପତ୍ତନ ଠାରୁ ୧୯,୩୪୧ ଫୁଟରେ ଅବସ୍ଥିତ ଏବଂ ଏହା ଆଫ୍ରିକାର ସର୍ବୋଚ୍ଚ ପର୍ବତ । ସ୍ନେହରେ ସୁବୁମ ଟୋଟୋ ନାମରେ ଜଣାଶୁଣା ଅଦ୍ୱୈତ ଟିମର ନେତୃତ୍ୱ ନେଇଥିବା ସମୀର ପାଥମଙ୍କ ନେତୃତ୍ୱରେ ଜୁଲାଇ ୩୧ରେ ଅଭିଯାନ ଆରମ୍ଭ କରିଥିଲେ । ପୁନେ ନିବାସୀ ଅଦ୍ୱୈତ ଶୃଙ୍ଗକୁ ସଫଳତାର ସହିତ ଚଢ଼ିଛନ୍ତି ।  

ଅଦ୍ୱୈତ କହିଛନ୍ତି, ଏହି ଟ୍ରାକରେ ଚଢ଼ିବା ବହୁତ ଅସୁବିଧା ହେଉଥିଲା । ଏଭରେଷ୍ଟ ଶିବିରରେ ସେ କାଠରେ ନିର୍ମିତ ଘରେ ରହିଛନ୍ତି କିନ୍ତୁ କିଲମଞ୍ଜାରୋରେ ଟେଣ୍ଟ ଥିଲା । ଏହା ଏକ ସ୍ମରଣୀୟ ଅନୁଭୂତି ଥିଲା । ଅଦ୍ୱୈତ କହିଛନ୍ତି, ଟ୍ରାକ ଖୁବ ଶୀଘ୍ର ଶେଷ ହୋଇଯାଇଥାନ୍ତା କିନ୍ତୁ ମଝିରେ ମଝିରେ ସେଠାକାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଅଟକିବାକୁ ପଡୁଥିଲା । 

     

 

  • Tags: