Home > ରାଷ୍ଟ୍ରୀୟ
ଦେଶରେ ୬୦୦ ବର୍ଷ ଶାସନ କରିଥିବା ସମାଜ ଭୟଭୀତ କାହିଁକି: କୃଷ୍ଣ ଗୋପାଳ
Khabar Odisha:Nation-Other-minorities-feel-secure-so-why-the-perception-that-Muslims-do-not-asks-RSS-leader-Gopal

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୨ (ଖବର ଓଡ଼ିଶା): ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ କୃଷ୍ଣ ଗୋପାଳ ଦେଶରେ ସବୁ ଧର୍ମ ମଧ୍ୟରେ ସମନ୍ୱୟ ରଖିବା ନେଇ ଜୋର ଦେଇଛନ୍ତି । ସେ ବୁଧବାର କହିଛନ୍ତି, ଦେଶରେ ୬୦୦ ବର୍ଷ ଯାଏଁ ଶାସନ କରିଥିବା ଓ ୧୬ ରୁ ୧୭ କୋଟି ଲୋକସଂଖ୍ୟା ଥିବା ମୁସଲିମ ସମାଜ କାହିଁକି ଭୟଭୀତ ଦେଖାଯାଉଛନ୍ତି । ଅନ୍ୟପକ୍ଷରେ କମ ସଂଖ୍ୟାରେ ଥିବା ଅନ୍ୟ ଧର୍ମର ଲୋକେ ଆଦୌ ଭୟ କରୁ ନାହାନ୍ତି । ସେ କହିଛନ୍ତି ଯେ, ଯଦି ଯେଉଁମାନେ ଭୟ କରୁଛନ୍ତି, ସେମାନେ ଆଗକୁ ଆସି ଆଲୋଚନା କରିବା ଦରକାର ।

‘ମୋଗଲ ବାଦଶାହ ଶାହାଜାନଙ୍କ ପୁଅ ଓ ବିଚାରକ ଦାରା ଶିକୋହ’ ପ୍ରସଙ୍ଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋପାଳ କହିଛନ୍ତି ଯେ, ଭାରତରେ କେହି ଚାହଁନ୍ତି ନାହିଁ ଯେ, ପାକିସ୍ତାନ ଦୁଃଖି ରହୁ । କାରଣ ଭାରତର ପରଂପରା ହେଉଛି, ‘ସର୍ବେ ଭବନ୍ତୁ ସୁଖିନଃ । ସେ କହିଛନ୍ତି ଦେଶରେ ପାର୍ସି ପାଖାପାଖି ୫୦ ହଜାର, ଜୈନ ୪୫ ଲକ୍ଷ, ବୌଦ୍ଧ ୮୦ ରୁ ୯୦ ଲକ୍ଷ ଓ ଇହୁଦୀଙ୍କ ସଂଖ୍ୟା ୫ ହଜାର ଅଛି । ଆପଣମାନେ କେବେ ଶୁଣିଛନ୍ତି କି ପାର୍ସି ସଂପ୍ରଦାୟର ଲୋକେ ଭୟଭୀତ ହୋଇଛନ୍ତି । ତା’ହେଲେ ୧୬ ରୁ ୧୭ କୋଲି ମୁସଲିମ କାହିଁକି ଭୟଭୀତ ହେଉଛନ୍ତି । କେଉଁମାନଙ୍କୁ ଭୟ ଲାଗୁଛି? ଏହା ହେଉଛି ବଡ଼ ପ୍ରଶ୍ନ ।

ଆରଏସଏସର ବଡ଼ ପଦାଧିକାରୀ କହିଛନ୍ତି, ଯେଉଁ ସମାଜ ୬୦୦ ବର୍ଷଯାଏଁ ଶାସନ କରିଛି, ସେ କାହିଁକି ଭୟ କରୁଛି । ସେ କାହାକୁ ଭୟ କରୁଛି । ସେ କହିଛନ୍ତି ଆମର ସମାଜ ସମସ୍ତଙ୍କୁ ନିଜର କରିଛି । ସମସ୍ତଙ୍କୁ ଘରେ ପ୍ରେମରେ ବାନ୍ଧି ରଖିଛି । ଯଦି ଆପଣ ସମନ୍ୱୟକୁ ରକ୍ଷା କରିବେ ତା’ ହେଲେ କୌଣସି ଭୟ କରିବାର ପ୍ରଶ୍ନ ଉଠୁ ନାହିଁ । ଦେଶ କେବେ କୌଣସି ବିଭାଜନକାରୀ ନୀତି ଓ ଚିନ୍ତାକୁ ପ୍ରଶୟ ଦେଇ ନାହିଁ । ସମଗ୍ର ଧରିତ୍ରୀ ଆମର । ସର୍ବେ ଭବନ୍ତୁ ସୁଖିନଃ ହେଉଛି ଆମର ପରଂପରା । 

  • Tags: