Home > ରାଷ୍ଟ୍ରୀୟ
ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ସହ ସଂପର୍କ ପାଇଁ ଏଫଏମ ଟ୍ରାନ୍ସମିଶନ ବ୍ୟବହାର କରୁଛି ପାକ ସେନା
Khabar Odisha:Nation-Pakistan-army-using-codes-via-fm-transmission-to-contact-terrorists-in-jk-sources

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୨ (ଖବର ଓଡ଼ିଶା): କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ ସବୁବେଳେ ଅଭିନବ ଚିନ୍ତା କରୁଛି । ଭାରତୀୟ ଗୁଇନ୍ଦା ସଂସ୍ଥା ନିକଟରେ କିଛି କୋର୍ଡ ଶବ୍ଦର ଖୁଲାସା କରିଛି, ଯାହାକୁ ବ୍ୟବହାର କରି ପାକିସ୍ତାନୀ ସେନା ଓ ସେଠାକାର ଆତଙ୍କବାଦୀ ଗୋଷ୍ଠୀ ଜମ୍ମୁ କଶ୍ମୀରର ଆତଙ୍କବାଦୀଙ୍କ ସହିତ ସଂପର୍କ ସ୍ଥାପନ କରୁଥିଲା । କଶ୍ମୀରରେ ହିଂସା ବଢାଇବା ପାଇଁ ଆତଙ୍କବାଦୀମାନେ ଟ୍ରାନ୍ସମିଶନ ବ୍ୟବହାର କରୁଥିବା ଗୁଇନ୍ଦା ସଂସ୍ଥାକୁ ସୂଚନା ମିଳିଛି ।

ସୂଚନା ଅନୁସାରେ ଏହି କୋର୍ଡ ଶବ୍ଦ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ନିୟନ୍ତ୍ରଣ ରେଖା ନିକଟରେ ଲଗାଯାଇଥିବା ଏଫଏମ ଟ୍ରାନ୍ସମିଶନ ମାଧ୍ୟମରେ ପଠାଯାଇଥାଏ, ଯେଉଁଥିରେ ଜୈଶ-ଏ-ମହମ୍ମଦ ପାଇଁ (୬୬/୮୮), ଲସ୍କର-ଏ-ତଇବା ପାଇଁ (ଏ୩) ଓ ଅଲ ବଦ୍ର ପାଇଁ (ଡି୯) କୋର୍ଡ ରଖାଯାଇଛି । ପାକିସ୍ତାନର ଜାତୀୟ ସଂଗୀତ ‘କୌମି ତରାନା’ ମାଧ୍ୟମରେ ଏହି କୋର୍ଡ ଦିଆଯାଇଛି । ଗତ ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବାର ଏକ ସପ୍ତାହ ପରେ ଏହି କୋଡ ପ୍ରସ୍ତୁତ କରାଯାଇଥିଲା । ଏହା ପରେ କଶ୍ମୀରରେ ଲ୍ୟାଣ୍ଡଲାଇନ, ମୋବାଇଲ ଫୋନ ଓ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଥିଲା । 

ଗୁଇନ୍ଦା ସଂସ୍ଥାଠାରୁ ଜାତୀୟ ଗଣମାଧ୍ୟମ ସୂଚନା ପାଇଛି ଯେ, ଭିଏଚଏଫ ରେଡିଓ ଷ୍ଟେସନ ଦ୍ୱାରା ଜାତୀୟ ସଂଗୀତ ମାଧ୍ୟମରେ ଭାରତରେ ଏଲଓସି ନିକଟରୁ ସିଗନାଲ ପ୍ରେରଣ କରାଯାଉଥିଲା । ଏହାକୁ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତଏବା, ଜୈଶ-ଏ-ମହମ୍ମଦ ଓ ଅଲ ବଦ୍ର ଗୋଷ୍ଠୀ ବ୍ୟବହାର କରୁଥିଲେ । 

  • Tags: