Home > ରାଷ୍ଟ୍ରୀୟ
ଦେଶବାସୀଙ୍କୁ ସ୍ୱାଧୀନତା ଦିବସ ଓ ରକ୍ଷାବନ୍ଧନର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
Khabar Odisha:Nation-Prime-Minister-Narendra-Modi-Greetings-on-the-auspicious-occasion-of-Rakshyabandhan

ନୂଆଦିଲ୍ଲୀ, ଅଗଷ୍ଟ ୧୫ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦେଶର ଜନତାଙ୍କୁ ସ୍ୱାଧୀନତା ଦିବସ ଓ ରକ୍ଷାବନ୍ଧନର ଅଭିନନନ୍ଦନ ଜଣାଇଛନ୍ତି । ମୋଦୀ ନିଜର ଟୁଇଟର ଆକାଉଣ୍ଟରେ ଦେଶର କୋଟି କୋଟି ଜନତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ୭୩ତମ ସ୍ୱାଧୀନତା ଦିବସ ସମାରୋହ ଅବସରରେ ଆଜି ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇବେ । ଏଥି ସହିତ ମୋଦୀ ଏଠାରୁ ଦେଶର ଜନତାକୁ ସମ୍ବୋଧିତ କରିବେ । ସମୟ ଯେତିକି ପାଖେଇ ଆସୁଛି, ମୋଦୀଙ୍କ ସମ୍ବୋଧନ ଶୁଣିବା ଅଥବା ଦେଖିବା ପାଇଁ ଭାରତୀୟ ଜନତା ସମେତ ବିଶ୍ୱବାସୀ ଅପେକ୍ଷା କରିଛନ୍ତି । 

ଲାଲକିଲ୍ଲାରୁ ମୋଦୀ ୬ଷ୍ଠ ଥର ପାଇଁ ଗୁରୁବାର ସମ୍ବୋଧିତ କରୁଛନ୍ତି । ଏହି ଅବସରରେ ମୋଦୀଙ୍କ ସହିତ ଭାରତୀୟ ବାୟୁସେନାର ୩ ଜଣ ମହିଳା ଅଧିକାରୀ ଉପସ୍ଥିତ ରହିବେ । ଫ୍ଲାଇଙ୍ଗ ଅଫିସର ପ୍ରୀତମ ସାଙ୍ଗୱାନ ମୋଦୀଙ୍କୁ ଜାତୀୟ ପତାକା ଉଡାଇବାରେ ସାହାଯ୍ୟ କରିବେ । ଫ୍ଲାଇଟ ଲେଫ୍ଟନାଣ୍ଟ ଜ୍ୟୋତି ଯାଦବ ଓ ପ୍ଲାଇଟ ଲେଫ୍ଟନାଣ୍ଟ ମାନସୀ ଗେଦା ମୋଦୀଙ୍କ ଉଭୟ ପାଶ୍ୱର୍ରେ ମୁତୟନ ରହିବେ । 

ସୂଚନାଯୋଗ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୬ ଥର, ରାଜୀବ ଗାନ୍ଧୀ ଓ ପିଭି ନରସିଂହା ରାଓ ୫-୫ ଥର, ମୋରାରଜୀ ଦେସାଇ ୨ ଥର ଓ ଚୌଧୁରୀ ଚରଣ ସିଂହ, ବିଶ୍ୱନାଥ ପ୍ରତାପ ସିଂହ ଓ ଏଚଡି ଦେବେଗୌଡ଼ା ଥରଟିଏ ଲେଖାଏଁ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଜାତୀୟ ପତାକା ଉଡାଇଥିଲେ । 

     

 

  • Tags: