Home > ରାଷ୍ଟ୍ରୀୟ
ଅଯୋଧ୍ୟା ରାୟ ଆସିବା ପୂର୍ବରୁ କାଶୀ, ମଥୁରା ଓ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି
Khabar Odisha:Nation-Security-increased-in-Kashi-Mathura-and-Ayodhya-in-view-of-Ayodhya-verdict

ଲଖନଉ, ଅକ୍ଟୋବର ୨୧ (ଖବର ଓଡ଼ିଶା): ଅଯୋଧ୍ୟା ରାୟ ଆସିବା ପୂର୍ବରୁ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି । ଏଥି ପାଇଁ ଉତ୍ତର ପ୍ରଦେଶ ପୋଲିସ ବିଭାଗ ସତର୍କ ରହିଛି । ଉତ୍ତରପ୍ରଦେଶ ପୋଲିସ କାଶୀ, ମଥୁରା, ଅଯୋଧ୍ୟା ଓ ପୋଲିସ ତାଲିମ କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହିତ ଆତଙ୍କବାଦୀ ଗତିବିଧି ଉପରେ ନଜର ରଖିଛି । 

ବିଭିନ୍ନ ସଂସ୍ଥା ତରଫରୁ ସୂଚନା ମିଳିବା ପରେ ଆଶା କରାଯାଉଛି ଯେ, ନେପାଳ ଅଥବା ବାଂଲାଦେଶ ସୀମାରୁ ଆତଙ୍କବାଦୀମାନେ ପ୍ରବେଶ କରିପାରନ୍ତି । ପୋଲିସକୁ ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିପାରନ୍ତି । ଡିଜିପି ମୁଖ୍ୟ କାର୍ଯ୍ୟାଳୟ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଆଦେଶ ଦିଆଯାଇଛି । ଏଥି ପାଇଁ ସୋସିଆଲ ମିଡିଆ ଉପରେ ମଧ୍ୟ ନଜର ରଖାଯାଇଛି । 

ନିକଟରେ ଆରପିଏଫ ଗୋରଖପୁରରେ ୫ ସଦିଗ୍ଧଙ୍କ ଗତିବିଧି ସଂପର୍କିତ ସୂଚନା ମିଳିବା ପରେ ଅକ୍ଟୋବର ୫ ଓ ୧୪ରେ ସତର୍କ ସୂଚନା ଜାରି କରିଥିଲା । ବିଗତ କିଛି ଦିନ ହେବ ନେପାଳ ସୀମାରେ ସଦିଗ୍ଧମାନଙ୍କର ଗତିବିଧି ଉପରେ ପୋଲିସ ନଜର ରଖିଛି ।  

  • Tags: