Home > ରାଷ୍ଟ୍ରୀୟ
ପଶ୍ଚିମବଙ୍ଗ: ବିଧବା ମା’ ପାଇଁ ବର ଖୋଜୁଛନ୍ତି ପୁଅ, ଫେସବୁକ ପୋଷ୍ଟ ଭାଇରାଲ
Khabar Odisha:Nation-Service-young-man-is-looking-for-his-mothers-groom-in-Hugli-West-Bengal

କୋଲକାତା, ନଭେମ୍ବର ୧୫ (ଖବର ଓଡ଼ିଶା): ପଶ୍ଚିମବଙ୍ଗର ହୁଗୁଳି ନିବାସୀ ଜଣେ ଯୁବକଙ୍କୁ ବର ଦରକାର ଅଛି । ସେ ଏହା ନିଜ ମା’ ପାଇଁ ଖୋଜୁଛନ୍ତି । ପାରଂପରିକ ସମାଜରେ ଏହାକୁ ବିରୋଧ କରାଯାଉଥିବା ବେଳେ ଗୌରବ ଅଧିକାରୀ ନାମରେ ଜଣେ ଯୁବକ ଫେସବୁକ ପୋଷ୍ଟ କରି ନିଜର ବିଧବା ମା’ ପାଇଁ ବର ଖୋଜିବା ସ୍ପଷ୍ଟ କରିଛନ୍ତି । ଯୁବକ ଜଣକ ଲେଖିଛନ୍ତି ଯେ, ଏବେ ଚାକିରି ଓ ପରେ ବିବାହ ହୋଇଯିବା ପରେ ତାଙ୍କର ମା’ ଏକାକୀ ହୋଇଯିବେ । ଏଥି ପାଇଁ ଜୀବନସାଥୀର ଆବଶ୍ୟକତା ଅଛି । 

ଗୌରବ ଫେସବୁକ ପୋଷ୍ଟରେ ଲେଖିଛନ୍ତି ଯେ, ମୋର ମା’ ଜଣେ ଅଧିକାରୀ । ମୋ ବାପା ୫ ବର୍ଷ ପୂର୍ବରୁ ପରଲୋକ ଗମନ କରିଛନ୍ତି । ଚାକିରି ଯୋଗୁଁ ମୁଁ ଅଧିକ ସମୟ ବାହାରେ ରହୁଛି । ଏଥି ପାଇଁ ମା’ଙ୍କୁ ଘରେ ଏକାକୀ ରହିବାକୁ ପଡୁଛି । ମୋ ମା’ଙ୍କୁ ବହି ପଢ଼ିବା ଓ ଗୀତ ଶୁଣିବା ଭଲ ଲାଗିଥାଏ । ମାତ୍ର ପୁସ୍ତକ ଓ ଗୀତ କୌଣସି ବ୍ୟକ୍ତିର ଜୀବନସାଥୀ ହୋଇପାରିବ ନାହିଁ । ଏକାକୀ ବଂଚିବା ଅପେକ୍ଷା ଭଲ ଜୀବନ କାଟିବା ଜରୁରୀ ଅଟେ । ମୁଁ ଆଗାମୀ ଦିନରେ ଅଧିକ ବ୍ୟସ୍ତ ରହିବି । ମୋର ବିବାହ ହେବ, ଘର-ପରିବାର ହେବ କିନ୍ତୁ ମା’ଙ୍କର କ’ଣ ହେବ । 

ପଶ୍ଚିମବଙ୍ଗରେ ନିଯୁକ୍ତ ଗୌରବ କହିଛନ୍ତି, ଆମକୁ ଟଙ୍କା, ଜମି ଅଥବା କୌଣସି ସଂପତ୍ତିର ଆବଶ୍ୟକତା ନାହିଁ । ମାତ୍ର ବରଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ । ତାଙ୍କୁ ମୋ ମା’ଙ୍କୁ ଠିକ ରଖିବାକୁ ହେବ । ମା’ ଖୁସି ହେଲେ ମୁଁ ମଧ୍ୟ ଖୁସି ହେବି । କିଛି ଲୋକ ଏହାକ କୌତୁକ ଭାବି ପାରନ୍ତି କିନ୍ତୁ ମୋର ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ । ମୁଁ ନିଜର ମା’ଙ୍କୁ ନୂତନ ଜୀବନ ଦେବାକୁ ଚାହୁଁଛି । ତାଙ୍କୁ ଜଣେ ଭଲ ସାଥୀ ମିଳନ୍ତୁ, ଏହା କାମନା କରୁଛି । ଗୌରବ କହିଛନ୍ତି, ଫେସବୁକ ପୋଷ୍ଟ କରିବା ପୂର୍ବରୁ ମୁଁ ମା ସହ କଥା ହୋଇଛି । ମୋ ମା’ ମୋବାବଦରେ ଚିନ୍ତା କରୁଛି । ତେଣୁ ତା’ ପାଇଁ ମୋର ଚିନ୍ତା କରିବାର ଅଛି ।

     

 

  • Tags: