Home > ରାଷ୍ଟ୍ରୀୟ
ଦିଲ୍ଲୀ: ତବଲିଗୀ ଜମାତରେ ଅଂଶଗ୍ରହଣ କରିଥିବା ୧୦ ଜଣଙ୍କ କରୋନା ଭାଇରସରେ ମୃତ୍ୟୁ
Khabar Odisha:Nation-Six-people-attended-Tablighi-Jamat-recently-died-due-to-coronavirus-in-Telangana

ହାଇଦରାବାଦ, ମାର୍ଚ୍ଚ ୩୧ (ଖବର ଓଡ଼ିଶା): ଦିଲ୍ଲୀର ନିଜାମୁଦ୍ଦୀନରେ ଆୟୋଜିତ ତବଲିଗୀ ଜମାତ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସିଥିବା ୧୦ ଜଣ ଲୋକଙ୍କ କରୋନା ଭାଇରସ କାରଣରୁ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ଅଧଂକାଶ ତେଲେଙ୍ଗାନାରେ ହିଁ ମୃତ୍ୟୁ ହୋଇଛି । ସେହିପରି ତାମିଲନାଡୁ, କର୍ଣ୍ଣାଟକ ଓ ଜମ୍ମୁ କଶ୍ମୀରରେ ମଧ୍ୟ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଅନ୍ୟ ଜଣେ ହେଉଛନ୍ତି ବିଦେଶ । ଧାର୍ମିକ କାର୍ଯ୍ୟାନୁଷ୍ଠାନରେ ଯୋଗଦେବା ପରେ ସମସ୍ତେ ଫେରିଯାଇଥିଲେ ।    

କୁହାଯାଉଛି ଯେ, ଧାର୍ମିକ ଆୟୋଜନରେ ୩୦୦ରୁ ୪୦୦ ଲୋକ ସାମିଲ ହୋଇଥିଲେ । ବିଭିନ୍ନ ଦେଶରୁ ମଧ୍ୟ ଲୋକେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ । ଜଣେ ବିଦେଶୀ ନାଗରିକଙ୍କ ମୃତ୍ୟୁ ବ୍ୟତୀତ ଅନ୍ୟ ୧୯ ଜଣ ବିଦେଶୀ ନାଗରିକ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦୀନ ଅଞ୍ଚଳରେ ମରକଜ ତବଲିଗୀ ଜମାତ ମୁଖ୍ୟକାର୍ଯ୍ୟାଳୟରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

କାର୍ଯ୍ୟକ୍ରମରେ ସାମିଲ ୨୦୦ରୁ ଅଧିକ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ଆଶଙ୍କା ଦେଖାଯାଇଛି । କରୋନା ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି ହେବା ପରେ ୧୬୩ ଜଣଙ୍କୁ ଲୋକ ନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସରକାର ଏହି ଅଞ୍ଚଳରେ ରହୁଥିବା ଲୋକଙ୍କୁ ଦିଲ୍ଲୀର ଭିନ୍ନ ଭିନ୍ନ ହସ୍ପିଟାଲରେ ଯାଞ୍ଚ ପାଇଁ ଭର୍ତ୍ତି କରିଛନ୍ତି । ସୋମବାର ଦିଲ୍ଲୀରେ ସର୍ବାଧିକ ୨୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ୧୯ ଜଣ ସଂବନ୍ଧିତ କାର୍ଯ୍ୟକ୍ରମରେ ସାମିଲ ଥିଲେ ।  

ଲୋକନାୟକ ହସ୍ପିଟାଲ ତରଫରୁ କୁହାଯାଇଛି ଯେ, କରୋନା ସଂକ୍ରମିତ ସଂଖ୍ୟା ୧୭୪ । ଏଥିରୁ ନିଜାମୁଦ୍ଦୀନ ଅଞ୍ଚଳରୁ କେବଳ ୧୬୩ ଜଣ ଆସିଛନ୍ତି । ରବିବାର ୮୫ ଜଣ ରୋଗୀ ଆସିଥିବା ବେଳେ ସୋମବାର ୩୪ ଜଣ ଭର୍ତ୍ତି ହୋଇଛନ୍ତି । ଦିଲ୍ଲୀ ସରକାର ମରକଜର ମୌଲାନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଆଦେଶ ଦେଇଛନ୍ତି । କାରଣ ଲକଡାଉନ ପରେ ସେ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । 

ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଦିଲ୍ଲୀରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରୁ ଫେରିଥିବା ଲୋକଙ୍କ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହି ଲୋକଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । 

 

  • Tags: