Home > ରାଷ୍ଟ୍ରୀୟ
ଦିଲ୍ଲୀ: ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ଯୋଗଦେଲେ ୧୫ ହଜାର ଚାଷୀ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
Khabar Odisha:Nation-UP-farmers-begin-march-from-Noida-Sector-69-to-Delhis-Kisan-Ghat-over-their-demands-of-payment-of-sugarcane-crop-dues

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୧ (ଖବର ଓଡ଼ିଶା): ଜାତୀୟ ରାଜଧାନୀ ଦିଲ୍ଲୀରେ ଚାଷୀ ସଂଗଠନ ‘ଭାରତ କିଷାନ ସଂଗଠନ’ ନେତୃତ୍ୱରେ ଶନିବାର ପ୍ରାୟ ୧୫ ହଜାର ଚାଷୀ ଏକତ୍ର ହୋଇଛନ୍ତି । ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇଥିବା ଚାଷୀମାନଙ୍କର ଏହି ବରାଟ ଅଭିଯାନ ଆଜି ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଚାଷୀମାନେ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାରୁ ପଦଯାତ୍ରାରେ ବାହାରିଛନ୍ତି । ହିଂସାତ୍ମକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି । 

ଉତ୍ତର ପ୍ରଦେଶର ଶାହାରାନପୁର ଜିଲ୍ଲାରୁ ଏହି ବିରୋଧ ରାଲି ଆରମ୍ଭ ହୋଇଥିଲା । ଚାଷୀମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ଏହି ରାଲିରେ ଯୋଗଦେଇଛନ୍ତି । ଏଥିରେ ଆଖୁର ବକେୟା ପାଉଣା, ଚାଷୀ ଋଣ, ଗଙ୍ଗା ସଫେଇ ଆଦି ସାମିଲ ଅଛି । ଆନ୍ଦୋଳନ ପାଇଁ ଆନ୍ଦୋଳନକାରୀମାନେ ଶୁକ୍ରବାର ନୋଏଡାରେ ପହଞ୍ଚିଥିଲେ । ସେମାନେ ସେଠାରେ ସେ କୃଷି ଓ କୃଷକ ମନ୍ତ୍ରାଳୟର ପ୍ରତିନିଧିଙ୍କୁ ଭେଟିଥିଲେ । ମାତ୍ର ଆଲୋଚନାରେ କୌଣସି ସୁଫଳ ମିଳି ନଥିଲା । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଚାଷୀମାନେ ନୋଏଡାରୁ ଦିଲ୍ଲୀର କିଷାନ ଘାଟ ଅଭିମୁଖେ ବାହାରିଛନ୍ତି । 

ଚାଷୀଙ୍କ ଦାବି

-ସବୁ ନଦୀକୁ ପ୍ରଦୂଷଣ ମୁକ୍ତ କରାଯାଉ

-୧୪ ଦିନ ମଧ୍ୟରେ ଆଖୁ ଚାଷର ବକେୟା ପାଉଣା ଦିଆଯାଉ

-ଚାଷ ପାଇଁ ବ୍ୟବହାର ହେଉଥିବା ବିଦୁ୍ୟତ ବିଲ ଛାଡ଼ କରାଯାଉ

-ଚାଷୀ ବୀମା ଯୋଜନାରେ ଚାଷୀ ପରିବାରର ସମସ୍ତ ସଦସ୍ୟଙ୍କୁ ଯୋଡ଼ାଯାଉ

-ସ୍ୱାମୀନାଥନ କମିଶନ ରିପୋର୍ଟ ଲାଗୁ କରାଯାଉ

-ସମଗ୍ର ଦେଶରେ ମାଗଣା ଶିକ୍ଷା ଓ ଔଷଧ ଲାଗୁ ହେଉ

 

  • Tags: