Home > ରାଷ୍ଟ୍ରୀୟ
ଏୟାର ଇଣ୍ଡିଆକୁ ଆଶ୍ୱସ୍ତି, ଆଇଓସି ଇନ୍ଧନ ସପ୍ଲାଏ ବନ୍ଦ କରିବା ନିଷ୍ପତିକୁ କଲା ପରିବର୍ତ୍ତନ
Khabar Odisha:National-Business-ioc-to-suspend-atf-supplies-to-air-india-following-company-promise-to-make-payment
ନୂଆଦିଲ୍ଲୀ, ଅକ୍ଟୋବର ୧୮(ଖବର ଓଡ଼ିଶା):

ଆର୍ଥିକ ସଂକଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆକୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ଇଣ୍ଡିଆନ ଅଏଲ କର୍ପୋରେସନ ଏୟାର ଇଣ୍ଡିଆକୁ ଇନ୍ଧନ ଯୋଗାଇଦେବା  ବନ୍ଦ କରିବା ନିଷ୍ପତିକୁ ଫେରାଇ ନେଇଛି । 

ଇଣ୍ଡିଆନ ଅଏଲ କର୍ପୋରେସନ ନିର୍ଦ୍ଦେଶକ ସନ୍ଦିପ ଗୁପ୍ତାଙ୍କ କହିବାନୁସାରେ, ଆର୍ଥିକ ସଂକଟରେ ପଡ଼ିଥିବା ଏୟାର ଇଣ୍ଡିଆକୁ ଇଣ୍ଡିଆନ ଅଏଲ କର୍ପୋରେସନ ଇନ୍ଧନ ଦେବା ବନ୍ଦ କରିବାକୁ ନିଷ୍ପତି ନେଇଥିଲା । କିନ୍ତୁ ଏୟାର ଇଣ୍ଡିଆ ବକେୟା ଟଙ୍କା ପୈଠ କରିବ କହିଛି । ଜୁନ ମାସ ଓ ସେପ୍ଟେମ୍ବରରେ ତିନୋଟି ତେଲ କମ୍ପାନୀକୁ ୧୦୦କୋଟି ଲେଖାଏଁ ପ୍ରତି ମାସ ଭରିବାକୁ ଏୟାର ଇଣ୍ଡିଆ କଥା ଦେଇଥିଲା । ଯାହା ଫଳରେ ଏବିଏଶସ ଟରବାଇନ ଫୁଏଲକୁ ପୁରୁଣା ବକେୟା ପୈଠ କରିହେବ । 

ଗତ ସପ୍ତାହରେ ସରକାରୀ ତେଲ କମ୍ପାନୀଗୁଡ଼ିକ ଏୟାର ଇଣ୍ଡିଆକୁ ଶେଷ ଚେତାବନୀ ଦେଇ ଅକ୍ଟୋବର ୧୮ ଯାଏଁ ସମୟ ଦେଇଥିଲା । ନଚେତ ପ୍ରମୁଖ ୬ଟି ସ୍ଥାନକୁ ବିମାନ ଉଡ଼ାଣ ବନ୍ଦ କରାଯିବା କୁହାଯାଇଥିଲା । କିନ୍ତୁ କମ୍ପାନୀ ଏପରି କରି ନାହିଁ । 

ଅଗଷ୍ଟ ମାସରେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ର ୫୦୦୦କୋଟି ଟଙ୍କା ଏୟାର ଇଣ୍ଡିଆରକୁ ଭରିବାକୁ ବକେୟା ରହିଥିଲା । ଯାହା ପ୍ରାୟ ୮ମାସ ହେବ ଭରଣା କରାଯାଇ ନଥିଲା ।

  • Tags: