Home > ରାଷ୍ଟ୍ରୀୟ
ଭାରତରେ ଭୟଙ୍କର ହେଉଛି କରୋନା: ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଲା ୫୬୨, ୧୧ ମୃତ
Khabar Odisha:National-Odisha-562--positve-cases-of-corona-Virus-in-India
ନୂଆଦିଲ୍ଲୀ, ମାର୍ଚ୍ଚ ୨୫ (ଖବର ଓଡ଼ିଶା):

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶରେ ଦିନକୁ ଦିନ ହୁ ହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୬୨ ରେ ପହଁଚିଛି । ଏପର୍ଯ୍ୟନ୍ତ ଭାରତରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି ।
କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱର ଚିନ୍ତା ବଢ଼ିଯାଇଛି । ବିଶ୍ୱର ପ୍ରାୟ ସମସ୍ତ ଦେଶକୁ ଏହି ମହାମାରୀ କରୋନା ବ୍ୟାପିଲାଣି । କେନ୍ଦ୍ର ସରକାର କରୋନା ପାଇଁ ଅନେକ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।  କରୋନା ସଂକ୍ରମଣ ରୋକିବାକୁ ଆଜି ଠାରୁ ସମ୍ପୂର୍ଣ୍ଣ ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ କରାଯାଇଛି । ଦେଶରେ ଆଜି ସକାଳ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬୨ ଛୁଇଁଛି । ଆଜି ତେଲେଙ୍ଗାନା, ମହାରାଷ୍ଟ, ଗୁଜୁରାଟରେ ନୂଆ କରୋନା ଆକ୍ରାନ୍ତ ମିଳିଥିବା ଜଣାପଡ଼ିଛି । ମହାରାଷ୍ଟ୍ରରେ ୧୧୨ କରୋନା ସଂକ୍ରମିତ  ଓ  କେରଳରେ ଅଧିକ କରୋନା ଆକ୍ରାନ୍ତ ରହିଥିବା ଜଣାପଡ଼ିଛି । ମୋଟ ୫୬୨ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ,୫୦ରୁ ଅଧିକ ଜଣ  ବିଦେଶୀ ନାଗରିକ ରହିଛନ୍ତି । ଏଯାଏଁ ଭାରତରେ କରୋନା ଭାଇରସରେ ଆକ୍ରାନ୍ତ ଥବା ୧୧ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।
ଅନ୍ୟପଟେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ଯେତିକି ରକ୍ତ ନମୁନା ପରୀକ୍ଷା କରାଯାଇଛି ସେମଧ୍ୟରୁ ବେଳେ ୨ଟି ପଜିଟିଭ ଥିବା ବେଳେ ବାକି ସବୁ ନମୁନା ନେଗେଟିଭ ଆସିଛି । ଏବଂ ଚିକିତ୍ସିତ ହେଉଥିବା ୨ଜଣଙ୍କର ଅବସ୍ଥା ସ୍ଥର ରହିଛି ।

  • Tags: