Home > ରାଷ୍ଟ୍ରୀୟ
ହାଇଦ୍ରାବାଦ ଗଣବଳାତ୍କାର ଓ ହତ୍ୟା ଘଟଣାସ୍ଥଳରେ ହିଁ ଅଭିଯୁକ୍ତଙ୍କ ନିହତ, କେମିତି ହୋଇଥିଲା ଏନକାଉଣ୍ଟର ଜାଣନ୍ତୁ
Khabar Odisha:National-Odisha-hyderabad-Gangrape-and-Murder-case-Encounter-details
ହାଇଦ୍ରାବାଦ, ଡିସେମ୍ବର ୦୬(ଖବର ଓଡ଼ିଶା):

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦସ୍ଥିତ ଯେଉଁ ଜାତୀୟ ରାଜପଥ ୪୪ ଉପରେ ଡାକ୍ତରାଣୀଙ୍କୁ ଗଣବଳାତ୍କାର ପରେ ପୋଡ଼ି ଦେଇ ହତ୍ୟା କରାଯାଇଥିଲା ଆଜି ସେହି ସ୍ଥାନରେ ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ନିହତ ହୋଇଛନ୍ତି । 

ଶୁକ୍ରବାର ଭୋରରୁ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ନିହତ କରିଛି । ହାଇଦ୍ରାବାଦ ପଶୁଡାକ୍ତରଙ୍କୁ ଗଣବଳାତ୍କାର ଓ ପୋଡ଼ି ମାରିବା ଘଟଣା ସହିତ ଜଡ଼ିତ ୪ ଅଭିଯୁକ୍ତଙ୍କ ବିରୋଧରେ ଦେଶବ୍ୟାପୀ ପ୍ରଦର୍ଶନ ହୋଇଛି । ଏହାର ତଦନ୍ତ କରିବାକୁ ଯାଇ ଅଭିଯୁକ୍ତମାନଙ୍କୁ ହାଇଦ୍ରାବାଦର କେରଳାକୁଲ୍ଲୀ ଜେଲରେ ରଖାଯାଇଥିଲା ଏବଂ ପୋଲିସ ରିମାଣ୍ଡରେ ନେଇ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା କରୁଥିଲା । 

ପୋଲିସ କହିବାନୁସାରେ, ଆଜି ଭୋରୁ ଜାତୀୟ ରାଜପଥ ୪୪ର ଚେତନାପାଲି ଓଭରବ୍ରିଜ ନିକଟରେ ପଶୁ ଡାକ୍ତରାଣୀଙ୍କୁ ଗଣବଳାତ୍କାର ଓ ହତ୍ୟା ହୋଇଥବା ସ୍ଥାନକୁ ଅଭିଯୁକ୍ତଙ୍କୁ ନେଇ ସ୍ପଟ ଇନକ୍ୱାରୀ ଓ ସ୍କ୍ରିନ ରିକିଏସନ ପାଇଁ ନିଆଯାଇଥିଲା । ସେହି ସମୟରେ ସେଠାରୁ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଆରିଫ ଦୈାଡ଼ିବାକୁ ଇସାରା କରିଥିଲା । ସେହି ଇସାରା କ୍ରମେ ଅନ୍ୟ ଅଭିଯୁକ୍ତ ମଧ୍ୟ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିିଥିଲେ । ସେଠାରେ ପୋଲିସ ଅନ୍ୟ କିଛି ଉପାୟ ନ ପାଇ ଅଭିଯୁକ୍ତଙ୍କ ଉପରକୁ ଗୁଳି ଚାଳନା କରିଥିଲା । କିନ୍ତୁ ଓଲଟି ଅଭିଯୁକ୍ତମାନେ ବନ୍ଧୁକ ଛଡ଼ାଇ ନେଇ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ । ସେମାନଙ୍କୁ ଧରିବା ଉଦ୍ୟମ ବିଫଳ ହେବାରୁ ପୋଲିସ ଏହାର କଡ଼ା ଜବାବ ଦେଇ ପାଲଟା ଗୁଳି ଚାଳନା କରିଥିଲା । ଫଳରେ ପୋଲିସ ଗୁଳିରେ ଘଟଣାସ୍ଥଳରେ ହିଁ ୪ଅଭିଯୁକ୍ତ ନିହତ ହୋଇଥିଲେ । 

ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୭ ରାତିରେ ଅଭିଯୁକ୍ତମାନେ ମହିଳା ଡାକ୍ତରାଣୀଙ୍କୁ ଅପହରଣ କରିଥିଲେ । ଅଭିଯୁକ୍ତମାନେ ଡାକ୍ତରାଣୀଙ୍କୁ ଏକ ନିଶବ୍ଦ ସ୍ଥାନକୁ ନେଇ ତାଙ୍କୁ ବଳପୂର୍ବକ ମଦ ପିଆଇଥିଲେ । ଏହା ପରେ ଗଣବଳାତ୍କାର କରି ପୀଡ଼ିତାଙ୍କ ମୁହଁ ଓ ନାକ ବନ୍ଦ କରି ଦେଇଥିଲେ । ଏଥିରେ ସେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ । ଏହା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ୨୭ କିଲୋମିଟର ନେଇଯାଇ ମୃତ ଶରୀର ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ତାଙ୍କୁ ହତ୍ୟା କରିଥିଲେ । ଅଭିଯୁକ୍ତ ମହମ୍ମଦ ଆରିଫ ଜଣେ ଟ୍ରକ ଚାଳକ ଥିଲା । ଅନ୍ୟ ୩ ଅଭିଯୁକ୍ତ ସଫାଇ କାମ କରୁଥିଲେ । 

  • Tags: