Home > ରାଷ୍ଟ୍ରୀୟ
ହାଇଦ୍ରାବାଦ ଗଣବଳାତ୍କାର ଓ ହତ୍ୟା ମାମଲାରେ ଏନକାଉଣ୍ଟର ନେଇ ଆସିଲା ବଲିଉଡ଼ ପ୍ରତିକ୍ରିୟା, ଅଭିଯୁକ୍ତଙ୍କୁ ଉଚିତ ଦଣ୍ଡ ମିଳିଛି
Khabar Odisha:National-Odisha-hyderabad-encounter--rishi-kapoor-celebrities-reaction
ହାଇଦ୍ରାବାଦ, ଡିସେମ୍ବର ୦୬(ଖବର ଓଡ଼ିଶା):

ହାଇଦ୍ରାବାଦ ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍ମର୍ମ ଓ ପୋଡ଼ି ମାରିବା ଘଟଣାର ୪ଜଣ ମୁଖ୍ୟ ଅଭିଯୁକ୍ତ ଆଜି ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି । ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳିଛି । ପୋଲିସକୁ ଏହି ମହାନ କାର୍ଯ୍ୟ ପାଇଁ ବାହାଦୁରୀ ସମ୍ମାନ ମିଳିବା ଦରକାର ବୋଲି ମଧ୍ୟ ପ୍ରଶଂସା କରାଯାଇଛି । 

ପୋଲିସ ସୂଚନାନୁସାରେ, ଯେଉଁଠାରେ ଅର୍ଥାତ ଜାତୀୟ ରାଜପଥ ୪୪ର ଚେତନାପାଲି ଓଭରବ୍ରିଜ ନିକଟରେ ଗଣବଳାତ୍କାର ଓ ହତ୍ୟା ହୋଇଥିଲା ଅଭିଯୁକ୍ତଙ୍କୁ ସେଠାକୁ ସ୍ପଟ ଇନକ୍ୟୁାରୀ ଓ ସ୍କ୍ରିନ ରିକିଏସନ ପାଇଁ ଘଟଣାସ୍ଥଳକୁ ନିଆଯାଇଥିଲା । ସେଠାରୁ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଆରିଫ ଦୈାଡ଼ିବାକୁ ଇସାରା କରିଥିଲା । ସେହି ଇସାରା କ୍ରମେ ଅନ୍ୟ ଅଭିଯୁକ୍ତ ମଧ୍ୟ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିିଥିଲେ । ସେଠାରେ ପୋଲିସ ଅନ୍ୟ କିଛି ଉପାୟ ନ ପାଇ ଅଭିଯୁକ୍ତଙ୍କ ଉପରକୁ ଗୁଳି ଚାଳନା କରିଥିଲା । କିନ୍ତୁ ଓଲଟି ବନ୍ଧୁକ ଛଡ଼ାଇ ନେଇ ପୋଲିସ ଉପରକୁ ଅଭିଯୁକ୍ତ ଗୁଳି ଚାଳନା କରିଥିଲେ । ପୋଲିସ ଏହାର କଡ଼ା ଜବାବ ଦେଇଥିଲା । ଫଳରେ ପୋଲିସ ଗୁଳିରେ ୪ଅଭିଯୁକ୍ତ ନିହତ ହୋଇଥିଲେ । 

ଏହାକୁ ନେଇ ଫିଲ୍ମ ମେକର ଅଶୋକ ପଣ୍ଡିତ କହିଛନ୍ତି ଯେ, ତେଲେଙ୍ଗାନା ପୋଲିସ ଉପରେ କୈାଣସି ପ୍ରଶ୍ନ ଉଠିବା ଉଚିତ ନାହିଁ । ବଳାତ୍କାରୀ ଓ ହତ୍ୟାକାରୀଙ୍କୁ ଉଚିତ ଦଣ୍ଡ ଦେଇଛି ପୋଲିସ । କେବଳ ଏତିକି ନୁହେଁ ପୋଲିସକୁ ଏହି ମହାନ କାର୍ଯ୍ୟ ପାଇଁ ବାହାଦୁରୀ ସମ୍ମାନ ଉଚିତ ବୋଲି ସେ କହିଛନ୍ତି । ସେହିପରି ଋଷି କପୁର ମଧ୍ୟ ତେଲେଙ୍ଗାନା ପୋଲିସଙ୍କୁ ପ୍ରଶଂସା କରି ଧନ୍ୟବାଦ ଜଣାଇଛନ୍ତି । 

ଅଭିନେତା ଅନୁପମ ଖେର ଏହି ଏନକାଉଣ୍ଡରକୁ ନେଇ ଅଭିନନ୍ଦନ ଜଣାଇବା ସହ ଜୟ ହୋ ବୋଲି କହିଛନ୍ତି । ଏପରି ନୀନ୍ଦନୀୟ ଘଟଣା ଘଟାଇଥିବା ଅପରାଧୀଙ୍କୁ ପୋଲିସ ଉଚିତ ଦଣ୍ଡ ଦେଇଥିବା ସେ କହିଛନ୍ତି । 

  • Tags: