Home > ରାଷ୍ଟ୍ରୀୟ
ହାଇଦ୍ରାବାଦ ୪ଅଭିଯୁକ୍ତଙ୍କୁ ଏନକାଉଣ୍ଟର, ପ୍ରତାପ ଜେନା କହିଲେ ଉଚିତ ପଦକ୍ଷେପରେ ଦୋଷୀଙ୍କୁ ଦଣ୍ଡ ମିଳିଛି
Khabar Odisha:National-State-Odisha-Pratap-jena-Supports-hyderabad-Encounter
ହାଇଦ୍ରାବାଦ, ଡିସେମ୍ବର ୦୬(ଖବର ଓଡ଼ିଶା):

ହାଇଦ୍ରାବାଦ ପଶୁଡାକ୍ତରାଣୀଙ୍କୁ ଗଣବଳାତ୍କାର ଓ ପୋଡ଼ି ମାରିବା ଘଟଣାରରେ  ଆଜି ପୋଲିସ ଏନକାଉଣ୍ଟରରେ ୪ଜଣ ମୁଖ୍ୟ ଅଭିଯୁକ୍ତ ମୃତ୍ୟୁବରଣ କରିଛନ୍ତି  । ଏହାକୁ ନେଇ ବିଭିନ୍ନ ମହଲ ତଥା ବରିଷ୍ଠବ୍ୟକ୍ତି ବିଶେଷଜ୍ଞଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳିଛି । ତେବେ ପୋଲିସ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି  ଉଚିତ ଦଣ୍ଡ ଦେଇଛି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ସମର୍ଥନ ଜଣାଇଛନ୍ତି  । 

ବର୍ଷ ବର୍ଷ ଧରି ଦୁଷ୍କର୍ମ ପୀଡ଼ିତା ନ୍ୟାୟ ପାଇବା ପାଇଁ ଦୀର୍ଘ ସମୟ ଲାଗୁଛି । ଆଜି ହାଇଦ୍ରାବାଦରେ ଯେଉଁ ଏନକାଉଣ୍ଟର ହୋଇଛି ପୀଡ଼ିତାଙ୍କୁ ନ୍ୟାୟ ମିଳିଛି । କେବଳ କୋର୍ଟ ଉପରେ ନିର୍ଭର କରି ଦିନ ଗଡାଇବା ଅପେକ୍ଷା ସେମାନଙ୍କୁ କଠୋର ଦଣ୍ଡ ମିଳିବା ଦରକାର ଥିଲା । ସେମାନେ ବହୁତ ବଡ଼ ଦୋଷୀ ଥିଲେ । ତେଣୁ କୋଠର ଦଣ୍ଡର ଆବଶ୍ୟକତା ଥିଲା ବୋଲି କହି ଆଇନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ସମର୍ଥନ ଜଣାଇଛନ୍ତି  । ଏହା ସହ ସେ କହିଛନ୍ତି ଯେ, ଏନେଇ ମାନବାଧିକାର କମିଶନ ଓ ଅନ୍ୟ ବିଭାଗ କଣ କହିବେ ତାହା ଜାଣିନି କିନ୍ତୁ ଏହା ଠିକ ହୋଇଛି । ଏଭଳି ଅପରାଧ ବା ଗଣବଳାତ୍କାର ପାଇଁ ଅନ୍ୟ ଦେଶ ଗୁଡ଼ିକରେ କୋଠର ଦଣ୍ଡ ରହିଛି । କେଉଁଠି ଗୁଳି କରାଯାଉଛି ତ ଆଉ କେଉଁଠି ମୁଣ୍ଡ କାଟି ଦିଆଯାଉଛି । ଏଭଳି ଅପରାଧର ଦୋଷୀଙ୍କୁ ଉଚିତ ଶାସ୍ତି ଦେବା ପାଇଁ ଆମ ଦେଶରେ ମଧ୍ୟ କଠୋର ଆଇନ ହେବା ଦରକାର । ତେଣୁ ହାଇଦ୍ରାବାଦରେ ଠିକ ଘଟିଛି । ଅଭିଯୁକ୍ତଙ୍କୁ ଉଚିତ ଦଣ୍ଡ ମିଳିଛି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।  

ଆଜି ଭୋରୁ ଜାତୀୟ ରାଜପଥ ୪୪ର ଚେତନାପାଲି ଓଭରବ୍ରିଜ ନିକଟରେ ପଶୁ ଡାକ୍ତରାଣୀଙ୍କୁ ଗଣବଳାତ୍କାର ଓ ହତ୍ୟା ହୋଇଥବା ସ୍ଥାନକୁ ଅଭିଯୁକ୍ତଙ୍କୁ ନେଇ ସ୍ପଟ ଇନକ୍ୱାରୀ ଓ ସ୍କ୍ରିନ ରିକିଏସନ ପାଇଁ ନିଆଯାଇଥିଲା । ସେହି ସମୟରେ ସେଠାରୁ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଆରିଫ ଦୈାଡ଼ିବାକୁ ଇସାରା କରିଥିଲା । ସେହି ଇସାରା କ୍ରମେ ଅନ୍ୟ ଅଭିଯୁକ୍ତ ମଧ୍ୟ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିିଥିଲେ । ସେଠାରେ ପୋଲିସ ଅନ୍ୟ କିଛି ଉପାୟ ନ ପାଇ ଅଭିଯୁକ୍ତଙ୍କ ଉପରକୁ ଗୁଳି ଚାଳନା କରିଥିଲା । କିନ୍ତୁ ଓଲଟି ଅଭିଯୁକ୍ତମାନେ ବନ୍ଧୁକ ଛଡ଼ାଇ ନେଇ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ । ସେମାନଙ୍କୁ ଧରିବା ଉଦ୍ୟମ ବିଫଳ ହେବାରୁ ପୋଲିସ ଏହାର କଡ଼ା ଜବାବ ଦେଇ ପାଲଟା ଗୁଳି ଚାଳନା କରିଥିଲା । ଫଳରେ ପୋଲିସ ଗୁଳିରେ ଘଟଣାସ୍ଥଳରେ ହିଁ ୪ଅଭିଯୁକ୍ତ ନିହତ ହୋଇଥିଲେ । 

  • Tags: