Home > ରାଷ୍ଟ୍ରୀୟ
ପେନସନ ପାଇଁ ଅପେକ୍ଷା କରିବାକୁ ପଡିବ ଦୁଇ ବର୍ଷ, ବୃଦ୍ଧି ହେବ ଅବସର ବୟସ ସୀମା !
Khabar Odisha:National-news--Retirement-And-Pension-Age-Limit-Will-Be-Increased-By-Two-Years-Government-Can-Change-The-Policy
ନୂଆଦିଲ୍ଲୀ, ଅକ୍ଟୋବର ୨୨ (ଖବର ଓଡ଼ିଶା):

କେନ୍ଦ୍ର ସରକାର ପେନସନ ସହତି ଜଡିତ ଥିବା କେନ୍ଦ୍ରୀୟ କର୍ମଚାରୀ ଭବିଷ୍ୟ ସଞ୍ଚନ ନିଧି ସଂଗଠନ( ଇପିଏଫଓ)ର ନିୟମରେ ପରିବର୍ତ୍ତନ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହା ଅନୁସାରେ ଖୁବଶୀଘ୍ର ପେନସନ ପାଇବାର ବୟସ ସୀମାରେ ବୃଦ୍ଧି ଘଟିବ । ଅର୍ଥାତ ନିୟମ ପରିବର୍ତ୍ତନ ହେବା ପରେ କର୍ମଚାରୀଙ୍କୁ ଯେଉଁଠାରେ ପ୍ରଥମେ 58 ବର୍ଷ ବୟସରେ ପେନସନ ମିଳୁଥିଲା କିନ୍ତୁ ଏବେ ଏହା 60 ବର୍ଷ ବୟସରେ ମିଳିବ । 

ସରକାର ଇପିଏଫ ଆକ୍ଟ 1952ରେ ପରିବର୍ତ୍ତନ କରି କର୍ମଚାରୀଙ୍କ ସେବାନିବୃତ ବୟସରେ ଦୁଇ ବର୍ଷ ବଢାଇ ପାରନ୍ତି । ଇପିଏଫଓର ସେଣ୍ଟ୍ରାଲ ବୋର୍ଡ ଟ୍ରଷ୍ଟର ନଭେମ୍ୱରରେ ହେବାକୁ ଥିବା ଦ୍ୱିତୀୟ ବୈଠକରେ ଏହା ଉପରେ ଆଲୋଚନା ହୋଇପାରେ । 

ସେଣ୍ଟ୍ରାଲ ବୋର୍ଡ ଟ୍ରଷ୍ଟରୁ ମଞ୍ଜୁରୀ ମିଳିବା ପରେ ଏହି ପ୍ରସ୍ତାବକୁ ଶ୍ରମ ମନ୍ତ୍ରାଳୟ କ୍ୟାବିନେଟର ମଞ୍ଜୁରୀ ପାଇଁ ପଠାଯିବ । ଇପିଏଫଓର ବୟାନ ଅନୁସାରେ ଏହି ନିଷ୍ପତ୍ତି ପରେ କର୍ମଚାରୀଙ୍କ ଅବସର ଦୁଇ ବର୍ଷ ବୃଦ୍ଧି ହେବା ସହିତ ପେନସନ ଫଣ୍ଡକୁ 30 ହଜାର କୋଟି ଟଙ୍କାର ରିହାତି ମିଳିବ ।