Home > ରାଷ୍ଟ୍ରୀୟ
କଂଗ୍ରେସ-ଏନସିପି-ଶିବସେନା ସୁବିଧାବାଦର ମେଣ୍ଟ, ହିନ୍ଦୁତ୍ୱକୁ ମଧ୍ୟ କ୍ଷତି-ଗଡକରୀ
Khabar Odisha:National-news--Union-Minister-Nitin-Gadkari-Reaction-On-Shiv-Sena-Congress-NCP-Alliance-Maharashtra-Govt-Formation
ନୂଆଦିଲ୍ଲୀ, ନଭେମ୍ବର ୨୨(ଖବର ଓଡିଶା):

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମହାରାଷ୍ଟ୍ରରେ ସରକାର ଗଠନ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯଦି ଶିବସେନା-ଏନସିପି ଏବଂ କଂଗ୍ରେସ  ସରକାର ଭୁଲରେ ବି ହୁଏ ତେବେ ତାହା ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରିବନି । ଗଡକରୀ କହିଛନ୍ତି କଂଗ୍ରେସ, ଶିବସେନା ଏବଂ ଏନସିପି ମଧ୍ୟରେ ବୈଚାରିକ ମତଭେଦ ରହିଛି । ସରକାର ହେବା ପରେ ବି ବେଶି ଦିନ ପର୍ଯ୍ୟନ୍ତ ଚାଲିପାରିବନି । 

ନୀତିନ ଗଡକରୀ କହିଛନ୍ତି ଏହା( ଶିବସେନା-କଂଗ୍ରେସ-ଏନସିପି) ସୁଯୋଗଖୋରଙ୍କ ମେଣ୍ଟ, ସେମାନେ ମହାରାଷ୍ଟ୍ରକୁ ଏକ ସ୍ଥିର ସରକାର ଯୋଗାଇପାରିବେନି । ସେ କହିଛନ୍ତି, ବିଜେପି ଏବଂ ଶିବସେନା ମେଣ୍ଟ ହିନ୍ଦୁତ୍ୱର ବିଚାରଧାରା ଉପରେ ଆଧାରିତ ଥିଲା ଏବଂ ଆଜି ମଧ୍ୟ ମଧ୍ୟ ବିଚାରଧାରର ମତଭେଦ ନାହିଁ । ଏହିପରି ମେଣ୍ଟକୁ ଭାଙ୍ଗିବା ନା କେବଳ ଦେଶ ପାଇଁ ବରଂ ହିନ୍ଦୁତ୍ୱ ଏବଂ ମହାରାଷ୍ଟ୍ର ପାଇଁ ଗୋଟିଏ ବଡ କ୍ଷତି । 

ନୀତିନ ଗଡକରୀ ଝାଡଖଣ୍ଡ ବିଧାନସଭା ନର୍ବାଚନ ଉପରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଝାଡଖଣ୍ଡରେ ସରକାର ଯେଉଁ କାମ କରିଛି, ତାକୁ ନଜରରେ ରଖି ଏବଂ ମୁଖ୍ୟମନ୍ତ୍ରୀ ରଘୁବର ଦାସ ରାଜ୍ୟକୁ ଯେଉଁ ସ୍ଥିର ସରକାର ଦେଇଛନ୍ତି, ମୁଁ ଆଶାବାଦୀ ଯେ ଝାଡଖଣ୍ଡର ଜନତା ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନେତୃତ୍ୱରେ ଆମର ଦ୍ୱିତୀୟ ବିଜୟକୁ ସୁନିଶ୍ଚିତ କରିବେ ।