Home > ରାଷ୍ଟ୍ରୀୟ
ନମାଜ ପଢିବା ବେଳେ ବିସ୍ଫାେରଣ, ଚାଲିଗଲା ୬୨ ଜଣଙ୍କ ଜୀବନ
Khabar Odisha:National-news-18-People-Killed-And-50-Wounded-In-Two-Blasts-Inside-A-Mosque-In-Nangarhar-Province-Afghanistan
କାବୁଲ,ଅକ୍ଟୋବର ୧୮ (ଖବର ଓଡିଶା) :

ପୂର୍ବ ଆଫଗାନିସ୍ତାନର ନଙ୍ଗରହାର ପ୍ରାନ୍ତରେ ଶୁକ୍ରବାର ଦିନ ଜୁମେ ର ନମାଜ ସମୟରେ ମସଜିଦରେ ବୋମ ବିସ୍ଫୋରଣ ହୋଇଛି । ନଙ୍ଗରହାର ପ୍ରାନ୍ତର ଏକ ମସଜିଦ ଭିତରେ ଦୁଇଟି ବିସ୍ଫୋରଣରେ ଅତି କମରେ 62 ଜଣଙ୍କ ମୃତ୍ୟୁ ହୋଇଛି ଏବଂ 60ରୁ ଅଧିକ ଲୋକ ଗୁରୁତରଭାବେ ଆହତ ହୋଇଛନ୍ତି । 

ବିସ୍ଫୋରଣରେ ଆହତ ହୋଇଥିବା ଗୁରୁତରମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ପୁଲିସ ପୁରା ଅଞ୍ଚଳକୁ ନିଜର ଅକ୍ତିଆରକୁ ନେଇ ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଅଧିକାରୀମାନେ ଏହି ବିସ୍ଫୋରଣର ପୁଷ୍ଟି କରିଛନ୍ତି । 

ପୂର୍ବ ଆଫଗାନିସ୍ତାନରେ ପୁଲିସ ମୁଖ୍ୟାଳୟ ପାଖରେ ଟ୍ରକରେ ବୁଧବାର ଦିନ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଦୁଇ ଜଣ ପୁଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । ଏହାସହ 20 ଛାତ୍ର ଏବଂ 6 ଜଣ ପୁଲିସ ଅଧିକାରୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ଅନୁସାରେ ବିସ୍ଫୋରଣରେ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ଘର ଗୁଡିକୁ ମଧ୍ୟ କ୍ଷତି ହୋଇଛି ।