Home > ରାଷ୍ଟ୍ରୀୟ
ଘାଟିରେ ଗତ ୧୦ ବର୍ଷରେ ହ୍ରାସ ପାଇଛି ୯୦ ପ୍ରତିଶତ ଆତଙ୍କବାଦୀ ଘଟଣା
Khabar Odisha:National-news-3187-Terror-Attacks-In-Kashmir-Between-2009-And-2019
ଶ୍ରୀନଗର,ଜୁଲାଇ ୨୩ (ଖବର ଓଡ଼ିଶା):

ଜମ୍ମୁ-କାଶ୍ମୀରରେ ଗତ 10 ବର୍ଷ ମଧ୍ୟରେ ଆତଙ୍କବାଦୀ ଘଟଣାରେ ପ୍ରାୟ 90 ପ୍ରତିଶତ ହ୍ରାସ ଘଟିଛି । ଲୋକସଭାରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବୟାନରେ କୁହାଯାଇଛି ଯେ 1 ଏପ୍ରିଲ, 2009ରୁ ଜୁନ 30 2019 ପର୍ଯ୍ୟନ୍ତ ଘାଟିରେ 3,187ଟି ଆତଙ୍କବାଦୀ ଘଟଣା ଘଟିଛି, ଯାହା ଗତ ଦଶନ୍ଧୀ ତୁଳନାରେ 86 ପ୍ରତିଶତ କମ ହୋଇଛି । ଏହା ପୂର୍ବର 10 ବର୍ଷରେ ଘାଟିରେ 23,290 ଟି ଅତଙ୍କବାଦୀ ଘଟଣା ଘଟିଥିଲା । ଲୋକସଭାରେ କଂଗ୍ରେସ ସାଂସଦ ମନୀଷ ତିୱାରୀଙ୍କ ପ୍ରଶ୍ନର ଜବାବରେ କେନ୍ଦ୍ର ଗୃହ ରଜ୍ୟମନ୍ତ୍ରୀ ଜୀ. କିଶନ ରେଡ୍ଡୀ ଏହି ସୂଚନା ଦେଇଛନ୍ତି । 

କେନ୍ଦ୍ରମନ୍ତ୍ରୀ ଜୀ.କିସନ ରେଡ୍ଡୀ କହିଛନ୍ତି, ଆତଙ୍କବାଦୀ ଆକ୍ରମଣ ଘଟଣା ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । 2018ରେ ତୁଳନାରେ ଚଳିତ ବର୍ଷର ପ୍ରଥମ ଛଅ ମାସରେ ଘାଟିରେ ଆତଙ୍କବାଦୀ ଆକ୍ରମଣ ଘଟଣା 28 ପ୍ରତିଶତ ହ୍ରାସ ପାଇଛି । ଏହାଛଡା ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ଅଭିଯାନରେ 59 ପ୍ରତିଶତ ବୃଦ୍ଧି ହୋଇଛି । 

ଗୃହ ରାଜ୍ୟମନ୍ତ୍ରୀ କହିଛନ୍ତି ଅଶନ୍ତା କୁହାଯାଉଥିବା ପ୍ରଦେଶ ଗୁଡିକରେ ଗତ ଦଶ ବର୍ଷ ମଧ୍ୟରେ ଆତଙ୍କବାଦୀ ଘଟଣାରେ 70 ପ୍ରତିଶତ କମିଛି । ଏହାର ପୂର୍ବ ଦଶନ୍ଧୀରେ ଏହା 71 ପ୍ରତିଶତ ରହିଥିଲା, ଯେତେବେଳେ କି ଚଳିତ ଥର ଏହି ସଂଖ୍ୟା 21 ରହିଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଘାଟିରେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କ ବିରୋଧରେ ପୁରା ଶକ୍ତିର ସହ ଯୁଦ୍ଧ କରୁଛନ୍ତି ।