Home > ରାଷ୍ଟ୍ରୀୟ
ଦିଲ୍ଲୀ ବିଧାନସଭାର ବାଚସ୍ପତି ରାମ ନିବାସ ଗୋୟଲଙ୍କୁ 6 ମାସର ଜେଲ ଦଣ୍ଡ
Khabar Odisha:National-news-A-Delhi-Court-Today-Sentenced-Delhi-Assembly-Speaker-Ram-Niwas-Goel-To-6-Months-Jail
ନୂଆଦିଲ୍ଲୀ,ଅକ୍ଟୋବର ୧୮ (ଖବର ଓଡିଶା) :

ଦିଲ୍ଲୀର ଏକ କୋର୍ଟ ଦିଲ୍ଲୀ ବିଧାନସଭାର ବାଚସ୍ପତି ରାମ ବିଳସ ଗୋୟଲଙ୍କୁ ଜଣେ ବିଲ୍ଡରଙ୍କ ଘରେ ଜବରଦସ୍ତି ପ୍ରବେଶ କରିବା  ମାମଲାରେ 6 ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଗତ ଶୁକ୍ରବାର ଦିନ କୋର୍ଟ ଗୋୟଲଙ୍କୁ ଏହି ମାମଲାରେ ଦୋଷୀ ଘୋଷଣା କରିଥିଲେ ।  

2015 ମସିହା ଫେବ୍ରୁଆରୀ 6 ତାରିଖ ରାତିରେ ଏହି ଘଟଣା ଘଟିଥିଲା । ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟନ ମାଜିଷ୍ଟ୍ରେଟ ସମର ବିଶାଲ ଦିଲ୍ଲୀ ବିଧାନସଭାର ବାଚସ୍ପତି ଗୋୟଲ ଏବଂ ଅନ୍ୟ ଚାରି ଜଣଙ୍କୁ ଦୋଷୀ ଘୋଷଣା କରି କହିଥିଲେ ଯେ ତାଙ୍କ ବିରୋଧର ମାମଲା ସନ୍ଦେହରୁ ବାହାରେ ଥିଲା । କୋର୍ଟ ନିଜ ବୟାନରେ କହିଥିଲେ, "...ରାମ ନିବାସ ଗୋୟଲ, ସୁମିତ ଗୋୟଲ, ହିତେଶ ଖନ୍ନା, ଅତୁଲ ଗୁପ୍ତା ଏବଂ ବଳବୀର ସିଂଙ୍କୁ ଆଇପିସିର ଧାରା 448(ଘରେ ଜବରଦସ୍ତି ପଶିବା) ଅନୁସାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି "। 

କୋର୍ଟ ଶୁକ୍ରବାର ଦିନ ଗୋୟଲଙ୍କୁ 6 ମାସର କାରାବାସର ଦଣ୍ଡ ଶୁଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବିଧାନସଭା ନିର୍ବାଚନ ପୂର୍ବରୁ 2015 ମସିହା ଫେବ୍ରୁଆର 6 ତାରିଖରେ ସ୍ଥାନୀୟ ବିଲ୍ଡର ମନୀଷ ଘଇଙ୍କ ବିବେକ ବିହାର ସ୍ଥିତ ଘରେ ଗୋୟଲ ନିଜର ସମର୍ଥକଙ୍କ ସହ ଜବରଦସ୍ତି ପ୍ରବେଶ କରିଥିଲେ । ଏହାପରେ ଘଇ ଅଭିଯୋଗ କରିଥିଲେ ଯେ ଗୋୟଲ ଏବଂ ତାଙ୍କର ସମର୍ଥକମାନେ ଘର ଭିତରେ ଭଙ୍ଗାଭଙ୍ଗି କରିଥିଲେ ।