Home > ରାଷ୍ଟ୍ରୀୟ
ପିଆଜ ଆମଦାନୀ ଉପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ
Khabar Odisha:National-news-Amit-Shah-Meeting-With-Ministers-Over-Import-Of-Onion
ନୂଆଦିଲ୍ଲୀ, ନଭେମ୍ବର ୨୨(ଖବର ଓଡିଶା):

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା 1.2 ଲକ୍ଷ ଟନ ପିଆଜ ଆମଦାନୀକୁ ନେଇ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ନିଷ୍ପତ୍ତିର କ୍ରିୟାନ୍ୱୟନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରୁଛନ୍ତି । ଏହି ବୈଠକରେ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ରାମବିଳାସ ପାସୱାନା, ପୀୟୁଷ ଗୋୟଲ ଏବଂ ନରେନ୍ଦ୍ର ସିଂହ ତୋମାର ମଧ୍ୟ ସାମିଲ ଅଛନ୍ତି । 

କହିରଖୁଛୁ ଯେ ପିଆଜର ମୂଲ୍ୟରେ ଲାଗିଥିବା ନିଆଁକୁ ଆୟତ କରିବା ପାଇଁ କ୍ୟାବିନେଟର ବୈଠକରେ 1.2 ଲକ୍ଷ ଟନ ପିଆଜ ଆମଦାନୀ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏବେ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଶାହା କେନ୍ଦ୍ରୀୟ ମନ୍ତ୍ରୀଙ୍କ ସହ ବୈଠକ କରୁଛନ୍ତି । 

ଗତ ଦୁଇ ମାସ ମଧ୍ୟରେ ପିଆଜର ଦର ଆକାଶଛୁଆଁ ହୋଇଛି । ବର୍ତ୍ତମାନ ଏହା 70-80 ପ୍ରତି କିଲୋ ବିକ୍ରି ହେଉଛି । ସରକାରଙ୍କ ଅନେକ ପଦକ୍ଷେପର ମଧ୍ୟ ଏହା କମ ହେବାର ନାଁ ନେଉନି । ମହାରାଷ୍ଟ୍ରରେ ଅଦିନିଆ ବର୍ଷାକୁ ଏହାର କାରଣ କୁହାଯାଉଛି ।