Home > ରାଷ୍ଟ୍ରୀୟ
ସମ୍ପତ୍ତି ଲୋକଙ୍କ ଭଲ ପାଇଁ ଖର୍ଚ୍ଚ ହେଉ, ମାଆ ଏବଂ ମହାତ୍ମା ଗାନ୍ଧୀଙ୍କ ଠାରୁ ଏହା ଶିଖିଛି-ଅଜିମ ପ୍ରେମଜୀ
Khabar Odisha:National-news-Azim-Premji-said-let-the-property-be-spent-on-the-welfare-of-the-people-learned-this-from-mother-and-Mahatma-Gandhi
ବେଙ୍ଗାଲୁରୁ ,ନଭେମ୍ବର ୨୨(ଖବର ଓଡିଶା):

ୱିପ୍ରୋର ନିର୍ମାତା ଚେୟାରମ୍ୟାନ ଅଜିମ ପ୍ରେମଜୀ ଗୁରୁବାର ଦିନ ଏକ ସମ୍ୱୋଧନରେ ତାଙ୍କ ଜୀବନରେ ମାନବତାରରୁ ପ୍ରେମ ଏବଂ ପରୋପକାର କେତେ ମହତ୍ୱ ରହିଛି ତାହା କହିଛନ୍ତି । ପ୍ରେମଜୀ କହିଛନ୍ତି- ମୋ ମାଆ ଏବଂ ମହାତ୍ମା ଗାନ୍ଧୀଙ୍କ ଜୀବନରୁ ମୋର ଚିନ୍ତାଧାର ଅନେକ ପ୍ରଭାବିତ ହୋଇଛି । ସେହିମାନଙ୍କ ଠାରୁ ହିଁ ଶିଖିଛି ଯେ ସମ୍ପତ୍ତିର ବ୍ୟବହାର କିପରି କରିବା ଦରକାର । ମୋ ମାଆ ମୁମ୍ୱାଇରେ ପିଲାଙ୍କ ଅର୍ଥୋପେଡିକ ହସ୍ପିଟାଲର ପ୍ରମୁଖ ଫାଉଣ୍ଡର ଥିଲେ । ଏହି ହସ୍ପିଟାଲ ପୋଲିୟୋଗ୍ରସ୍ତ ପିଲାଙ୍କ ପାଇଁ ଏସିଆରେ ପ୍ରଥମ ଥିଲା । ମୋ ମାଆ ଡାକ୍ତର ଥିଲେ, ସେ 78 ବର୍ଷର ପର୍ଯ୍ୟନ୍ତ ହସ୍ପିଟାଲରେ ଚେୟାରପେର୍ସନ ମଧ୍ୟ ରହିଥିଲେ । ପ୍ରେମଜୀ କହିଛନ୍ତି- ମହାତ୍ମା ଗାନ୍ଧୀଙ୍କ ଏହି ବିଚାରଧାରାରେ ମୋତେ ଅଧିକ ବିଶ୍ୱାସ ରହିଛି ଯେ ସମ୍ପତ୍ତିର ଉପଯୋଗ ଲୋକଙ୍କ ଭଲ ପାଇଁ ହେବା ଦରକାର, ଏଥିପାଇଁ ଟ୍ରଷ୍ଟିସିପ ମଧ୍ୟ ଜରୁରୀ । 

ପ୍ରେମଜୀ କହିଛନ୍ତି- ଯେଉଁମାନେ ବହୁତ ବଡ ଧନୀ ସେମାନେ ନିଜ ସମ୍ପତ୍ତିର ପର୍ଯ୍ୟାପ୍ତ ଅଂଶ ଜନହିତ ପାଇଁ ବ୍ୟବହାର କରିବା ଦରକାର । ମୁଁ ଯେତିକି ପରୋପକାର କାମ କରିଛି ସେତିକି ଅନୁଭବ କରିଛି ଯେ ବ୍ୟବସାୟ ପରିଚାଳନା କରିବା ତୁଳନାରେ ଏହା ଅଧିକ ଜଟିଳ । ବ୍ୟବସାୟରେ ସଫଳତା ଅନେକ କିଛି ଶାଖାଇଛି । ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀର 150 ବର୍ଷ ଚାଲିଛି । ତାଙ୍କ ଜୀବନରୁ ଏବେ ମଧ୍ୟ ଅନେକ କିଛି ଶିଖିବା ବାକି ରହିଛି । 

ପରୋପକାର ପାଇଁ ବଡ ଧରଣରେ ବ୍ୟକ୍ତିଗତ ସମ୍ପତ୍ତି ଦାନ କରୁଥିବା କାରଣରୁ ପ୍ରେମଜୀଙ୍କୁ ଭାରତର ବିଲ ଗେଟ୍ସ କୁହାଯାଏ । ମାର୍ଚ୍ଚ ମାସରେ ସେ ୱିପ୍ରୋର ନିଜର 52, 750 କୋଟି ଟଙ୍କାର ସେୟାର ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ସେ ଅଜୀମ ପ୍ରେମଜୀ ସଂସ୍ଥା ମାଧ୍ୟମରେ ପରୋପକାର କାମ କରୁଛନ୍ତି । ଏହାଦ୍ୱାରା ସେ ବର୍ତ୍ତମାନ ସୁଦ୍ଧା 1.45 ଲକ୍ଷ କୋଟି ଟଙ୍କା ଦାନ କରିସାରିଛନ୍ତି ।