Home > ରାଷ୍ଟ୍ରୀୟ
ଚନ୍ଦ୍ରଯାନ- ୨ର ଉତ୍‌କ୍ଷେପଣ ପାଇଁ ପ୍ରସ୍ତୁତି ଶେଷ, ଆଜି ସନ୍ଧ୍ୟାରୁ କାଉଣ୍ଟ ଡାଉନ ଆରମ୍ଭ
Khabar Odisha:National-news-Chandrayaan-2-ISRO-Moon-Mission-Know-Launch-Date-And-Timing
ନୂଆଦିଲ୍ଲୀ,ଜୁଲାଇ ୨୧ (ଖବର ଓଡିଶା) :

ଇସ୍ରୋର ମହତ୍ୱକାଂକ୍ଷୀ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-2ର ଉତକ୍ଷେପଣ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଏହାର ଉତକ୍ଷେପଣ ପାଇଁ ରବିବାର ଦିନ ସନ୍ଧ୍ୟାରୁ କାଉଣ୍ଟଡାଉନ ଆରମ୍ଭ ହେବାକୁ ଯାଉଛି । ଇସ୍ରୋର ନିର୍ଦ୍ଦେଶକ ସିବନ କହିଛନ୍ତି 15 ଜୁଲାଇରେ ଲଞ୍ଚ ସମୟରେ ହୋଇଥିବା ଯାନ୍ତ୍ରିକ ତ୍ରୁଟିକୁ ଦୂର କରାଯାଇଛି । 

ଗତ ଶନିବାର ଦିନ ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-2 ଲଞ୍ଚ ଅଭ୍ୟାସ ଶେଷ ହୋଇଛି ଏବଂ ଏହାର ପ୍ରଦର୍ଶନ ସାମାନ୍ୟ ରହିଥିଲା । ଇସ୍ରୋର ସୂଚନା ଅନୁସାରେ ଚନ୍ଦ୍ରଯାନ-2ର ଉତକ୍ଷେପଣ ସୋମବାର ଦିନ ଅପରାହ୍ନ 2.43 ମିନିଟରେ କରାଯିବ । 

ଯାନ୍ତ୍ରୀକ ତ୍ରୁଟି କାରଣରୁ ଜୁଲାଇ 15ରେ ଶେଷ ସମୟରେ ଏହାର ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିଲା । ପରେ ବୈଜ୍ଞାନିକମାନେ ସୂଚନା ଦେଇ କହିଥିଲେ ଯେ ଲଞ୍ଚ ଭେଇକଲରେ ଯାନ୍ତ୍ରିକ ତ୍ରୁଟି ପାଇଁ ମିଶନକୁ ସ୍ଥଗିତ ରଖାଯାଇଛି । ବୈଜ୍ଞାନିକମାନେ ଇସ୍ରୋର ଏହି ପଦକ୍ଷେପ ପାଇଁ ଅନେକ ପ୍ରଶଂସା କରି କହିଥିଲେ ଯେ ବଡ ଦୁର୍ଘଟଣା ହେବା ଅପେକ୍ଷା ପରୀକ୍ଷଣକୁ କିଛି ସମୟ ପାଇଁ ସ୍ଥଗିତ କରାଗଲା ।