Home > ରାଷ୍ଟ୍ରୀୟ
ସିଜେଆଇଙ୍କ ସହ ସେଲ୍ଫି ନେବା ସୁରକ୍ଷା ସଂସ୍ଥା ପାଇଁ ଚିନ୍ତାର ବିଷୟ, ଗୃହ ମନ୍ତ୍ରାଳୟର ଉଚ୍ଚ ସ୍ତରୀୟ ବୈଠକ
Khabar Odisha:National-news-Home-Ministry-And-Intelligence-Bureau-Held-High-Level-Meeting-On-Security-Of-CJI-Ranjan-Gogoi
ନୂଆଦିଲ୍ଲୀ,ଅକ୍ଟୋବର ୦୯(ଖବର ଓଡ଼ିଶା):

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ସୁରକ୍ଷା ନେଇ ଚିନ୍ତାରେ ବିଭିନ୍ନ ସୁରକ୍ଷା ସଂସ୍ଥା  । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ସୁରକ୍ଷାକୁ ନେଇ ବୁଧବାର ଦିନ ଗୃହ ମନ୍ତ୍ରାଳୟ, ବିଦେଶ ମନ୍ତ୍ରାଳୟ, ଗୁଇନ୍ଦା ବିଭାଗର ମୁଖ୍ୟ ଏବଂ ଅନ୍ୟ ସୁରକ୍ଷା ସଂସ୍ଥାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ନିକଟରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି ଯେତେବେଳେ ସାଧାରଣ ଜନତା ପ୍ରଧାନ ବିଚାରପତିଙ୍କ ସହ ସେଲ୍ଫି ନେଉଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ଗୁଡିକ ପରେ ତାଙ୍କର ସୁରକ୍ଷାକୁ ନେଇ ଚିନ୍ତା ସୃଷ୍ଟି ହୋଇଛି । 

ସମ୍ୱାଦ ସରବରାହ ସଂସ୍ଥା ଏଏନଆଇ ଅନୁସାରେ ଏହି ବୈଠକରେ ସିଜେଆଇଙ୍କ ସୁରକ୍ଷା  ଦୁର୍ବଳ ହୋଇଥିବା ଉଲ୍ଲେଖ କରାଯାଇଥିଲା । ଦିଲ୍ଲୀ ପୁଲିସର ଅତିରିକ୍ତି ପୁଲିସ କମିଶନର (ସୁରକ୍ଷା) ଆଡି ଶୁକ୍ଲାଙ୍କ ପକ୍ଷରୁ ଜାରି ହୋଇଥିବା ଚିଠି ଅନୁସାରେ, ଆଲୋଚନା ସମୟରେ ଏହି ପ୍ରସଙ୍ଗ ଉତଥାପନ କରାଯଇଥିଲା ଯେ ଗୋଟିଏ ନିର୍ଦ୍ଦିଷ୍ଟ ସୀମାରେ ପହଞ୍ଚିବା ପରେ ଦିଲ୍ଲୀ ପୁଲିସର ସୁରକ୍ଷା ଏତେ ଦୁର୍ବଳ ହୋଇଯାଏ ଯେ ଯିଏ ମଧ୍ୟ ସିଜେଆଇଙ୍କ ପାଖରେ ପହଞ୍ଚି ସେଲ୍ଫି ନେଇ ପାରିବ । ଏହାର ପ୍ରସଂଶା ନହେବା ଦରକାର, ବରଂ ଏହାକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ଦରକାର ।