Home > ରାଷ୍ଟ୍ରୀୟ
ଗୃହ ମନ୍ତ୍ରାଳୟର ସୂଚନା, ୭ ବର୍ଷରେ ସୀମାରେ ୬୯୪୨ ଅସ୍ତ୍ରବିରତି ଉଲ୍ଲଂଘନ, ୯୦ ସୁରକ୍ଷାକର୍ମୀ ସହିଦ
Khabar Odisha:National-news-Home-Ministry-Told-In-Seven-Years-90-Indian-Soldiers-Martyred-On-Border
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୧ (ଖବର ଓଡିଶା) :

ସୀମାରେ ଗତ ସାତ ବର୍ଷ ମଧ୍ୟରେ ଆକ୍ରମଣ ଏବଂ ଅସ୍ତ୍ରବିରତି ଉଲ୍ଲଂଘନର କେତୋଟି ଘଟଣା ଘଟିଛି ଏନେଇ ଆଜି ଏକ ସୂଚନା ସାମ୍ନାକୁ ଆସିଛି । ଏହି ସୂଚନା ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହି ବର୍ଷ ଗୁଡିକରେ ସୀମାରେ ଫାୟାରିଂ ଏବଂ ଅସ୍ତ୍ରବିରତି ଉଲ୍ଲଂଘନର ୬୯୪୨ ମାମଲା ସାମ୍ନାକୁ ଆସିଛି । ଏହି ଘଟଣାରେ ୯୦ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି ଏବଂ ୪୫୪ ଜଣ ଆହାତ ହୋଇଛନ୍ତି । ଏହି ସୂଚନା ଭାରତ ସରକାରଙ୍କ ଦ୍ୱାରା ସାମାଜିକ କର୍ମୀ ନୁତନ ଠାକୁରଙ୍କୁ ଦିଆଯାଇଛି । ନୁତନ କେନ୍ଦ୍ର ସରକାରଙ୍କୁ ଏନେଇ ସୂଚନା ମାଗିଥିଲେ । 

ଦିଆଯାଇଥିବା ସୂଚନା ଅନୁସାରେ ୨୦୧୩ ମସିହାରୁ ଅଗଷ୍ଟ ୨୦୧୯ ମଧ୍ୟରେ ଜାମ୍ମୁ କାଶ୍ମୀରର ଏଲଓସି ଏବଂ ଅନ୍ତରାଷ୍ଟ୍ରୀୟ ସୀମାରେ ୬୯୪୨ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି । ସାମାଜିକ କର୍ମୀ ନୁତନ ସରକାରଙ୍କୁ ୨୦୧୩ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ଦ୍ୱାରା ଅନ୍ତରାଷ୍ଟ୍ରୀୟ ସୀମାରେ କରାଯାଇଥିବା ଆକ୍ରମଣ ଉପରେ ସୂଚନା ମାଗିଥିଲେ । 

ଗୃହ ମନ୍ତ୍ରାଳୟର ଲୋକ ସମ୍ପର୍କ ଅଧିକାରୀ ସୁଲେଖାଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ଏହି ସମୟ ମଧ୍ୟରେ ସେନା ତଥା ସୀମା ସୁରକ୍ଷାବଳର ୯୦ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ସବୁଠାରୁ ଅଧିକ ୨୧୪୦ ଘଟଣା ୨୦୧୮ ହୋଇଛି, ଯେତେବେଳେ କି ଅଗଷ୍ଟ ୨୦୧୯ ସୁଦ୍ଧା ୨୦୪୭ ଏବଂ ୨୦୧୭ ମସିହାରେ ୯୭୧ ଥର ଆକ୍ରମଣ ହୋଇଛି । ସେହିପରି ୨୦୧୩ରେ ୩୪୭ ଏବଂ ୨୦୧୪ରେ ୫୮୩ ଥର ଆକ୍ରମଣ ହୋଇଥିଲା । 

ସେହିପରି ୨୦୧୮ ମସିହାରେ ସବୁଠାରୁ ଅଧିକ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ଏହି ବର୍ଷ ୨୯ ସୁରକ୍ଷାକର୍ମୀ ସହିଦ ହୋଇଥିଲେ ଏବଂ ୧୧୬ ଜଣ ଆହାତ ହୋଇଥିଲେ । ୨୦୧୬ ମସିହାରେ ୧୧୨ ସୁରକ୍ଷାକର୍ମୀ ଏବଂ ୨୦୧୯ରେ ୯୧ ଜଣ ସୁରକ୍ଷାକର୍ମୀ ଆହାତ ହୋଇଛନ୍ତି ।