Home > ରାଷ୍ଟ୍ରୀୟ
ଆଇଆଇଟି ଖଡଗପୁରର ଅଧ୍ୟୟନକାରୀଙ୍କୁ ଗୁଜରାଟରୁ ମିଳିଲା ପାଷାଣ ଯୁଗର ପ୍ରମାଣ
Khabar Odisha:National-news-IIT-Kharagpur-Researchers-Found-Stone-Age-Evidence-In-Gujarat
ନୂଆଦିଲ୍ଲୀ,ନଭେମ୍ବର ୨୨(ଖବର ଓଡିଶା):

ଆଇଆଇଟି ଖଡଗପୁରର ଅଧ୍ୟୟନକାରୀଙ୍କୁ ଥର ମରୁଭୂମି ନିକଟରେ କରିମ ସାହୀରେ ତିନି ହାଜର ବର୍ଷ ପୁରୁଣା ପାଷାଣ ଯୁଗର ବସ୍ତି ତଥା ବିଗରକୋଟରେ ପ୍ରାଚୀନ ମଧ୍ୟକାଳର ବସ୍ତିର ପ୍ରମାଣ ମିଳିଛି ।

ଆଇଆଇଟି ଖଡକପୁର ଗୁରୁବାର ଦିନ ଏକ ବୟାନ ଜାରି କରି କହିଛି ଯେ କରିମ ସାହୀ ଅଞ୍ଚଳରେ ମିଳିଥିବା ପୁରାତାତ୍ୱିକ ପ୍ରମାଣ ପ୍ରାରମ୍ଭିକ ପାଷାଣ ଯୁଗରୁ ପ୍ରାରମ୍ଭିକ ଐତିହାସିକ ଯୁଗ (3100-2300 ବର୍ଷ ପୂର୍ବ) ମଧ୍ୟରେ ମାନବ ବାସ କରୁଥିବା ଇଙ୍ଗିତ କରିଛି । ସେହିପରି ବିଗରକୋଟରେ ମିଳିଥିବା ପ୍ରମାଣ ଐତିହାସିକ ଯୁଗରୁ ମଧ୍ୟ କାଳ (1500-900) ମଧ୍ୟରେ ଜନବସତି ଥିବା ଦିଗରେ ସଂକେତ ଦେଉଛି । 

ଏହି ଅଧ୍ୟୟନ ଏସ୍ଲେବିଅର ଜର୍ନଲ ଆର୍କିୟୋଲଜିକାଲ ରିସର୍ଚ୍ଚ ଇନ ଏସିଆରେ ଅନଲାଇନରେ ପ୍ରକାଶିତ ହୋଇଥିଲା । 5200-3300 ବର୍ଷ ପୁରୁଣା ସିନ୍ଧୁ ଘାଟି ସଭ୍ୟତା ଶେଷ ହେବା ପରେ 3000-2500 ବର୍ଷ ପୂର୍ବେ ପାଷାଣ ଯୁଗ ସଭ୍ୟତା ଅସ୍ତିତ୍ୱକୁ ଆସିଥିଲା । 

ଅଧ୍ୟୟନରେ ସାମିଲ ଜଣେ ସଦସ୍ୟ କହିଛନ୍ତି ଯେ ତିନି ବର୍ଷ ପର୍ଯ୍ୟନ୍ତ ଜାରି ରହିଥିବା ଏହି ରିସର୍ଚ୍ଚରେ ଥର ମରୁଭୂମିର କରିମ ସାହୀ କ୍ଷେତ୍ରରେ ପାଷାଣ ଯୁଗର ସଭ୍ୟତାର ପ୍ରମାଣ ମିଳିଛି ।