Home > ରାଷ୍ଟ୍ରୀୟ
ଅରୁଣାଚଳ:ଚୀନ ସୀମାରେ ବାୟୁସେନା ସହ ଯୁଦ୍ଧାଭ୍ୟାସ କରିବ ସେନାର ମାଉଣ୍ଟେନ କୋର, ସାମିଲ ହେବେ 5000 ଯବାନ
Khabar Odisha:National-news-Indian-Army-With-Air-Force-Will-Carry-Out-Massive-War-Game-In-Arunachal-Pradesh-In-October
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧(ଖବର ଓଡ଼ିଶା):

ଅରୁଣାଚଳ ପ୍ରଦେଶରେ ଭାରତୀୟ ସ୍ଥଳ ସେନାର ମାଉଣ୍ଟେନ କୋର ଏବଂ ବାୟୁସେନା ମିଳିତଭାବେ ଚୀନ ସୀମା ନିକଟରେ ଏକ ବଡ ଯୁଦ୍ଧାଭ୍ୟାସ କରିବାକୁ ଯାଉଛି । ଏଥିରେ ସେନା ଏବଂ ବାୟୁସେନାର ପ୍ରାୟ 5000 ହଜାର ଯବାନ ସାମିଲ ହେବେ । ଏହି ଯୁଦ୍ଧାଭ୍ୟାସ ଆସନ୍ତା ଅକ୍ଟୋବର ମାସରେ ଆୟୋଜିତ ହେବ । 

ଭାରତୀୟ ସେନାର ଏକମାତ୍ର ମାଉଣ୍ଟେନ ଷ୍ଟ୍ରାଇକ କୋରର 5000ରୁ ଅଧିକ ସେନା ଅକ୍ଟୋବର ମାସରେ ଅରୁଣାଚଳ ପ୍ରଦେଶରେ ବାୟୁ ସେନା ସହ ବଡ ଧରଣର ଯୁଦ୍ଧାଭ୍ୟାସ କରିବେ । ଏହି ସମୟରେ ଦେଶର ପୂର୍ବଞ୍ଚାଳରେ ବାସ୍ତବିକ ଯୁଦ୍ଧ ପରିସ୍ଥିତି ନିର୍ମାଣ କରି ଅଭ୍ୟାସ କରିବା ପାଇଁ ସୈନ୍ୟବଳଙ୍କୁ ନିଯୁକ୍ତ କରାଯିବ । 

ଏହା ଚୀନ ସୀମାରେ ମୁତୟନ ଥିବା ନବ-ନିର୍ମିତ 17 ମାଉଣ୍ଟେନ ଷ୍ଟ୍ରାଇକ କୋର ଦ୍ୱାରା ନିଜ ପରି ପ୍ରଥମ ଯୁଦ୍ଧାଭ୍ୟାସ ହେବ । ଭାରତୀୟ ସେନା ପାଞ୍ଚ-ଛଅ ମାସ ପୂର୍ବରୁ ଇଷ୍ଟର୍ଣ୍ଣ କମାଣ୍ଡ ମାଧ୍ୟମରେ ଏହାର ପ୍ରସ୍ତୁତି କରୁଛି । ଏହି ଯୁଦ୍ଧାଭ୍ୟାସରେ ତେଜପୁର ସ୍ଥିତ ସେନାର 4ଟି ଗ୍ରୁପକୁ ନିଜ କ୍ଷେତ୍ରର ରକ୍ଷା କରିବା ପାଇଁ ଏକ ଉଚ୍ଚ ସ୍ଥାନରେ ମୁତୟନ କରାଯିବ, ଅନ୍ୟପଟେ 17 ମାଉଣ୍ଟେନ ଷ୍ଟ୍ରାଇକ କୋରର ଏକ ବ୍ରିଗେଡ (2500ରୁ ଅଧିକ ସୈନିକ)ଙ୍କୁ ଏୟରଲିଫ୍ଟ କରାଯିବ । 

ଏହି ଯୁଦ୍ଧ ଅଭ୍ୟାସରେ ଭାରତୀୟ ବାୟୁସେନା ପଶ୍ଚିମବଙ୍ଗର ବଗଦୋଗରାରୁ ସୈନିକଙ୍କୁ ଏୟରଲିଫ୍ଟ କରିବା ପାଇଁ ନିଜର ବିମାନ ସି-17 ଗ୍ଲୋବମାଷ୍ଟର, ସି-130ଜେ ସୁପର ହରକ୍ୟୁଲିସ ଏବଂ ଏଏନ-32 ବିମାନର ବ୍ୟବହାର କରିବ । ଯାହାଦ୍ୱାରା ଯବାନ ମାନଙ୍କୁ କମରୁ କମ ସମୟ ମଧ୍ୟରେ ଯୁଦ୍ଧକ୍ଷେତ୍ରରେ ମୁତୟନ କରାଯାଇ ପାରିବ ।