Home > ରାଷ୍ଟ୍ରୀୟ
"ହିନ୍ଦୁ ପାକିସ୍ତାନ" ବୟାନରେ ଫସିଲେ ଥରୁର, ଗିରଫ ୱାରେଣ୍ଟ ଜାରି କଲେ କୋର୍ଟ
Khabar Odisha:National-news-Kolkata-Court-Issues-Arrest-Warrant-Against-Shashi-Tharoor-Over-Hindu-Pakistan-Comment
ନୂଆଦିଲ୍ଲୀ, ଅଗଷ୍ଟ ୧୩ (ଖବର ଓଡିଶା)

କୋଲକାତାର ଏକ ମାଜିଷ୍ଟ୍ରେଟ ମେଟ୍ରୋପୋଲିଟନ କୋର୍ଟ କଂଗ୍ରେସର ବରିଷ୍ଠ ନେତା ତଥା ଥିରୁଅନନ୍ତପୁରମରୁ ସାଂସଦ ଶଶି ଥରୁରଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି । ଆଇନଜୀବୀ ସୁମୀତ ଚୌଧୁରୀଙ୍କ ଦ୍ୱାରା ରୁଜୁ କରାଯାଇଥିବା ମାମଲାରେ ଏହି ୱାରେଣ୍ଟ ଜାରି କରାଯାଇଛି । ଶଶି ଥରୁରଙ୍କ ହିନ୍ଦୁ ପାକିସ୍ତାନ ବୟାନକୁ ନେଇ ଆଇନଜୀବୀ ସୁମିତ ଚୌଧୁରୀ ଏହି ମାମଲା ରୁଜୁ କରିଥିଲେ । 

ସୂଚନାଯୋଗ୍ୟ ଯେ, 11 ଜୁଲାଇ,2018ରେ କଂଗ୍ରେସ ସାଂସଦ ଥରୁର କହିଥିଲେ, ଯଦି 2019 ଲୋକସଭା ନିର୍ବାଚନରେ ବିଜେପି ବିଜୟୀ ହୁଏ ତେବେ ସେ ଭରତକୁ ହିନ୍ଦୁ ପାକିସ୍ତାନ କରିବା ପରି ପରିସ୍ଥିତି ସୃଷ୍ଟି କରିବ । ଥିରୁଅନନ୍ତପୁରମର ଏକ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ଥରୁର କହିଥିଲେ ଯେ ବିଜେପି ଏକ ନୂଆ ସମ୍ୱିଧାନ ଲେଖିବ ଯାହା ଭାରତକୁ ପାକିସ୍ତାନ ପରି ରାଷ୍ଟ୍ରରେ ପରିଣତ କରିବାର ବାଟ ଖୋଲିବ । ଯେଉଁଠାରେ ଅଳ୍ପସଂଖ୍ୟକଙ୍କ ଅଧିକାରର ହନନ କରାଯିବ, ତାଙ୍କର ସମ୍ନାନ କରାଯିବନି । 

କଂଗ୍ରେସ ସାଂସଦ କହିଥିଲେ ଯଦି ବିଜେପି ଦ୍ୱିତୀୟଥର ପାଇଁ କ୍ଷମତାକୁ ଆସେ ତେବେ ଦେଶର ଲୋକତାନ୍ତ୍ରିକ ସମ୍ୱିଧାନ ଶେଷ ହୋଇଯିବ, କାରଣ ତାଙ୍କ ପାଖରେ ଭାରତୀୟ ସମ୍ୱିଧାନକୁ ଶେଷ କରିବା ଏବଂ ନୂଆ ସମ୍ୱିଧନ ଲେଖିବାର ସବୁ ଅଧିକାର ରହିବ । ବିଜେପି ଦ୍ୱାରା ଲେଖାଯାଇଥିବା ସମ୍ୱିଧାନ ସମ୍ପୂର୍ଣ୍ଣ ରୁପେ ହିନ୍ଦୁ ରାଷ୍ଟ୍ରର ସିଦ୍ଧାନ୍ତ ଉପରେ ଆଧାରିକ ରହିବ, ଯାହା ଅଳ୍ପସଂଖ୍ୟକଙ୍କ ଅଧିକାରକୁ ସମ୍ପୂର୍ଣ୍ଣ ଶେଷ କରିଦେବ ଏବଂ ଦେଶକୁ ହିନ୍ଦୁ ପାକିସ୍ତାନ କରିବ । 

ଥରରୁଙ୍କ ଏହି ବୟାନ ଉପରେ ବିଜେପି ପାଲଟା ଆକ୍ରମଣ କରି କହିଥିଲା ଯେ କଂଗ୍ରେସର ନେତାଙ୍କ ଏହି ବାୟାନ ପାଇଁ ରାହୁଲ କ୍ଷମା ମାଗନ୍ତୁ, କାରଣ ପାକିସ୍ତାନ ନିର୍ମାଣ ପାଇଁ କଂଗ୍ରେସ ଦାୟୀ ଏବେ ପୁଣି ଥରେ ସେ ଦେଶକୁ ତଳକୁ କରିବା ଏବଂ ହିନ୍ଦୁ ମାନଙ୍କୁ ବଦନାମ କରିବାର କାମ କରୁଛି ।