Home > ରାଷ୍ଟ୍ରୀୟ
ଭିଡହିଂସା: ପିଏମ ମୋଦୀଙ୍କୁ ଚିଠି ଲେଖିଥିବା 50 ଜଣଙ୍କ ଉପରେ ଦେଶଦ୍ରୋହ ମାମଲା ବନ୍ଦ କରିବାକୁ ନର୍ଦ୍ଦେଶ
Khabar Odisha:National-news-Muzaffarpur-Ssp-Ordered-To-Withdraw-Sedition-Cases-Against-50-Celebrities-Who-Wrote-Letter-To-Pm-Modi
ନୂଆଦିଲ୍ଲୀ,ଅକ୍ଟୋବର ୦୯(ଖବର ଓଡ଼ିଶା):

ଭିଡହିଂସାର ବଢୁଥିବା ଘଟଣା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୋଲା ଚିଠି ଲେଖିଥିବା 50 ଜଣ ଖ୍ୟାତି ସମ୍ପନ୍ନ ବ୍ୟକ୍ତିଙ୍କ ବିରୋଧରେ ଏବେ ଦେଶଦ୍ରୋହର ମାମଲା ଚାଲିବ ନାହିଁ । ବିହାର ମୁଜାଫରନଗରର ଏସସଏସପି ବୁଧବାର ଦିନ ଏହି ଖ୍ୟାତି ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ମାମଲାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି ଲେଖିବାକୁ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ପରେ କେନ୍ଦ୍ର ସରକାରଙ୍କ ସମାଲୋଚନା ହୋଇଥିଲା । 

ଦେଶରେ ବଢୁଥିବା ଭିଡତନ୍ତ୍ର ଉପରେ ଚିନ୍ତା ପ୍ରକଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୋଲା ଚିଠି ଲେଖିଥିବା ରାମଚନ୍ଦ୍ର ଗୁହା, ମଣିରତ୍ନନ ଏବଂ ଅପର୍ଣ୍ଣା ସେନ ସମେତ 50 ଜଣ ଖ୍ୟାତି ସମ୍ପନ୍ନ ବ୍ୟକ୍ତିଙ୍କ ବିରୋଧରେ ବିହାରରେ ଗୁରୁବାର (ଅକ୍ଟୋବର 4, 2019)ରେ ଏଫଆଇଆର ରୁଜୁ ହୋଇଥିଲା । 

ସୂଚନାଯୋଗ୍ୟ ଯେ ସ୍ଥାନୀୟ ଆଇନଜୀବୀ ସୁଧୀର କୁମାର ଓଝାଙ୍କ ପକ୍ଷରୁ ଦୁଇ ମାସ ପୂର୍ବେ ଏହା ବିରୋଧରେ ଦାଖଲ ହୋଇଥିବା ଏକ ଯାଚିକା ଉପରେ ସିଜେଏମ ସୂର୍ଯ୍ୟକାନ୍ତ ତିୱାରୀଙ୍କ ଆଦେଶ ପରେ ଏଫଆଇଆର ରୁଜୁ କରାଯାଇଥିଲା । ଓଝା ପ୍ରତିକ୍ରିୟା ଦେଇ କହିଥିଲେ ସିଜେଏମ ଅଗଷ୍ଟ 20 ତାରିଖରେ ତାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଯାଚିକାକୁ ସ୍ୱୀକାର କରିଥିଲେ । ଏହାପରେ ଗୁରୁବାର ଦିନ ସଦର ପୁଲିସ ଷ୍ଟେସନରେ ଏଫଆଇଆର ରୁଜୁ କରିଥିଲା । 

ଓଝା ନିଜ ଅଭିଯୋଗରେ ଏହି ଖ୍ୟାତି ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କ ଉପରେ ଦେଶ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଛବିକୁ କଥିତ ରୁପରେ ଖରାପ କରୁଥିବା କଥା ଉଲ୍ଲେଖ କରିଥିଲେ । ଭାରତୀୟ ଦଣ୍ଡ ବିଧାନ ସମ୍ୱନ୍ଧିତ ଧାରା ଅନୁସାରେ ମାମଲା ରୁଜୁ କରାଯାଇଥିଲା । ଏଥିରେ ରାଜଦ୍ରୋହ, ଉପଦ୍ରବ କରିବା, ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ ଧାର୍ମିକ ଭାବନାକୁ ଆଘାତ କରିବା ସହ ଜଡିତ ଥିବା ଧାରା ଲାଗୁ କରା ଯାଇଥିଲା । 

ପିଏମ ମୋଦୀଙ୍କୁ ଖୋଲା ଚିଠି ଲେଖିଥିବା ଲୋକଙ୍କ ମଧ୍ୟରେ ଐତିହାସକାର ରାମଚନ୍ଦ୍ର ଗୁହା, ଫିଲ୍ମ ନିର୍ଦ୍ଦେଶକ ମଣିରତ୍ନମ, ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ, ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ୱେନେଗଲ, ଅଭିନେତା ସୋମିତ୍ର ଚାଟାର୍ଜୀ, ଅଭିନେତା ଅପର୍ଣ୍ଣା ସେନ, କୋଙ୍କଣା ସେନ ଶର୍ମା ଏବଂ ଗାୟିକା ସୁଧା ମୁଦ୍ରଳା ସାମିଲ ଥିଲେ । ଏହି ଚିଠିରେ ଉଲ୍ଲେଖ କରାଯାଇଥିଲା ଯେ ଜୟ ଶ୍ରୀ ରାମ ଏକ ଉତ୍ତେଜନାପୂର୍ଣ୍ଣ ନାରା ହୋଇଛି ଏବଂ ଏହି ନାରାରେ ଭିଡତନ୍ତ୍ରର ଅନେକ ଘଟଣା ଘଟୁଛି, ଯାହା ଆଇନ ବ୍ୟବସ୍ଥା ପାଇଁ ସମସ୍ୟ ହୋଇଛି ।