Home > ରାଷ୍ଟ୍ରୀୟ
ସେନାର ବଡ ନିଷ୍ପତି, ସହିଦ ସୈନିକଙ୍କ ପରିବାର ଲୋକେ ବି ପିନ୍ଧି ପାରିବେ ପଦକ
Khabar Odisha:National-news-Now-Family-Members-Of-Martyrs-Can-Also-Wear-Medals
ନୂଆଦିଲ୍ଲୀ,ଜୁଲାଇ ୨୩ (ଖବର ଓଡ଼ିଶା):

କାରଗିଲ ବିଜୟ ଦିବସର 20 ବର୍ଷ ପାଳନ କରିବା ଅବସରରେ ଭାରତୀୟ ସେନା ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛି । ଏବେ ଭାରତୀୟ ସେନାର ସହିଦ ଏବଂ ପୂର୍ବତନ ସୈନିକଙ୍କ ପରିଜନ ମାନେ ମଧ୍ୟ ତାଙ୍କ ସାହାସିକତା ପାଇଁ ମିଳିଥିବା ପଦକକୁ ପିନ୍ଧି ପାରିବେ । କିଛି ଖାସ ଦିନରେ ଏହାକୁ ପିନ୍ଧିବାକୁ ଅନୁମତି ଦିଆଯାଇଛି । ଏହି ନିଷ୍ପତ୍ତି ଉପରେ ଭାରତୀୟ ସେନା ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । 

ଭାରତୀୟ ସେନାର ପକ୍ଷରୁ ଜାରି ହୋଇଥିଲା ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ବର୍ତ୍ତମାନ ସୁଦ୍ଧା ଏହି ପଦକ ସେହି ଯବାନ ଅବା ଅବସରପ୍ରାପ୍ତ ଯବାନ ପିନ୍ଧି ପାରୁଥିଲେ ଯାହା ତାଙ୍କ ସାହାସୀକତା ଏବଂ ଦେଶସେବା ପାଇଁ ମିଳିଥିଲା । କିନ୍ତୁ ସହିଦ ଏବଂ ପୂର୍ବତନ ସୈନିକଙ୍କ ପରିଜନ  ମୃତ ପୂର୍ବତନ ସୈନିକଙ୍କ ସମ୍ମାନରେ ତାଙ୍କ ଦ୍ୱାରା ଅର୍ଜନ କରାଯାଇଥିବା ପଦକ ପିନ୍ଧିବାକୁ ଇଚ୍ଛା ପ୍ରକାଶ କରିଥିଲେ । କିଛି ଖାସ ଦିନରେ ମେଡାଲ ପିନ୍ଧିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ । 

ଭାରତୀୟ ସେନା ଏହି ମାମଲାକୁ ଅନୁଧ୍ୟାନ କରି ହୃଦବୋଧ କଲା ଯେ ଏହାର ଅନୁମତି ପ୍ରଦାନ କରିବା ପରେ ମୃତ ପୂର୍ବତନ ସୈନିକଙ୍କ ପରିଜନଙ୍କୁ ଗର୍ବ ଅନୁଭବ ହେବ ଏବଂ ଏହାଦ୍ୱାରା ସହିଦମାନଙ୍କୁ ମଧ୍ୟ ଉଚିତ ଶ୍ରଦ୍ଧାଞ୍ଜଳୀ ଦିଆଯାଇ ପାରିବ । ଭାରତୀୟ ସେନା ନିଷ୍ପତ୍ତି ନେଇଛି ଯେ ଏହି ଫେମିଲି ମେଡାଲ ପରିବାର ଲୋକେ ଡାହାଣ ଛାତିରେ ପିନ୍ଧି ପାରିବେ । କିଛି ଖାସ ଦିନରେ ଯେପରି ୱାର ମେମୋରିଆସଲରେ ହୋମେଜ ସେରିମୋନୀ ଅବ ଅନ୍ତିମ ସଂସ୍କାର ସମୟରେ ଫେମିଲି ମେଡାଲ ପରିବାର ଲୋକେ ପିନ୍ଧି ପାରିବେ ।

ଯବାନ ଏବଂ ଅବସର ପ୍ରାପ୍ତ ଯବାନ ମେଡାଲ ବାମ ଛାତିରେ ପିନ୍ଧୁଥିବା ବେଳେ ପରିବାର ଲୋକେ ସାଧା ଡ୍ରେସରେ ପଦକକୁ  ଡାହାଣ ଛାତିରେ ପିନ୍ଧି ପାରିବେ ।