Home > ରାଷ୍ଟ୍ରୀୟ
ପିଏମସି ବ୍ୟାଙ୍କ ଗ୍ରାହକଙ୍କୁ ସୁପ୍ରିମକୋର୍ଟରୁ ଝଟକା, ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ଦେଲେ ପରାମର୍ଶ
Khabar Odisha:National-news-PMC-Bank-Case-Supreme-Court-Asks-Petitioner-To-File-A-Petition-In-High-Court
ନୂଆଦିଲ୍ଲୀ,ଅକ୍ଟୋବର ୧୮ (ଖବର ଓଡିଶା) :

ପିଏମସି ବ୍ୟାଙ୍କରୁ ନଗଦ ଟଙ୍କା ବାହାର କରିବା ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ହଟାଇବା ପାଇଁ ଦାବି କରିଥିବା ପିଏମସି କର୍ମଚାରୀଙ୍କ ଯାଚିକା ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧିନ ଏକ ସାମ୍ୱିଧାନିକ ଖଣ୍ଡପୀଠ ଅନୁଚ୍ଛେଦ 32(ରିଟ ଅଧିକାର କ୍ଷେତ୍ର) ଅନୁସାର ଏହି ଯାଚିକାର ଶୁଣାଣି କରିବାକୁ ଚାହିଁନାହାନ୍ତି । ଆବେଦନକାରୀ ଉଚିତ ରିହାତି ପାଇଁ ସମ୍ୱନ୍ଧିତ ମାମଲାକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇପାରିବେ ବୋଲି ସେ ପରାମର୍ଶ ଦେଇଥିଲେ । 

ସଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି ଯେ ସରକାର ଏହି ପରିସ୍ଥିତିର ଗମ୍ଭୀରତା ସହ ପରିଚିତ ଅଛନ୍ତି ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଦୋଷୀଙ୍କ ବିରୋଧରେ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । 

ଆବେଦନକାରୀ ବେଜୋନ କୁମାର ମିଶ୍ରଙ୍କ ପକ୍ଷକାର ଶଶାଂକ ସୁଧୀ କହିଛନ୍ତି, ସେ ପଞ୍ଜାବ ଏବଂ ମହାରାଷ୍ଟ୍ର ସମବାୟ ବ୍ୟାଙ୍କର 500 ଆକାଉଣ୍ଟ ହୋଲ୍ଡରଙ୍କ ତରଫରୁ ଏହି ଯାଚିକା ଦାଖଲ କରାଯାଇଛି । ଏହି ଯାଚିକାରେ ନଗଦ ଟଙ୍କା ବାହାର କରିବା ଉପରେ ଆରବିଆଇ ଦ୍ୱାରା ଜାରି ହୋଇଥିବା ପ୍ରତିବନ୍ଧକକୁ ହଟାଇବାକୁ ଅନୁରୋଧ କରାଯାଇଥିଲା ।