Home > ରାଷ୍ଟ୍ରୀୟ
ପିଏମସି ବ୍ୟାଙ୍କ: ଆରବିଆଇର ଜବାବ- ସୁରକ୍ଷିତ ଅଛି ଗ୍ରାହକଙ୍କ ଟଙ୍କା, ଡେଡ ଲାଇନ ଦେଲେ ଗ୍ରାହକ
Khabar Odisha:National-news-Pmc-Account-Holders-Meet-With-Rbi-Governor-Shaktikant-Das
ନୂଆଦିଲ୍ଲୀ, ଅକ୍ଟୋବର ୨୨ (ଖବର ଓଡ଼ିଶା):

ଘୋଟାଲା କାରଣରୁ ଆର୍ଥିକ ସଂକଟ ଦେଇ ଗତି କରୁଥିବା ପଞ୍ଜାବ ଏବଂ ମାହାରାଷ୍ଟ୍ର ସମବାୟ ବ୍ୟାଙ୍କର ପ୍ରଦର୍ଶନକାରୀ ଖାତା ଧାରକ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଚାଲିଥିବା ବୈଠକ ଶେଷ ହୋଇଛି । ବୈଠକ ସମୟରେ ଆରବିଆଇ ଆଶ୍ୱାସନା ଦେଇଥିଲା ଯେ ଖାତା ଧାରକଙ୍କ ଟଙ୍କା ସୁରକ୍ଷିତ ଅଛି ଏବଂ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ଏହି ମାମଲା ଉପରେ ପ୍ରତ୍ୟେକ୍ଷ ଭାବେ ନଜର ରଖିଛନ୍ତି । ଆରବିଆଇ ସୂଚନା ଦେଇଛି ଯେ ସେ ଏହି ମାମଲା ସମ୍ପର୍କିତ ସମସ୍ତ ସୂଚନା କେନ୍ଦ୍ର ସରକାରଙ୍କୁ ଦିଆଯିବ, ଏହାସହ ଏହା ଉପରେ ଅକ୍ଟୋବର 27 ତାରିଖରେ ସାମ୍ୱାଦିକ ସମ୍ମିଳନୀ କରାଯିବ । 

ଆକାଉଣ୍ଟ ହୋଲ୍ଡରମାନେ ମଙ୍ଗଳବାର ଦିନ ବୈଠକ ପରେ ସୂଚନା ଦେଇଥିଲେ ଯେ ଆରବିଆଇ ସହ 19ଟି ବିଷୟ ଉପରେ ଚର୍ଚ୍ଚା ହୋଇଛି ଏବଂ ମାମଲାର ସମାଧାନ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କକୁ ଅକ୍ଟୋବର 30 ପର୍ଯ୍ୟନ୍ତର ଡେଡ ଲାଇନ ଦିଆଯାଇଛି । ଆରବିଆଇ ପିଏମସି ବ୍ୟାଙ୍କରୁ ଛଅ ମାସ ପର୍ଯ୍ୟନ୍ତ ଟଙ୍କା ବାହାର କରିବା ଉପରେ କଟକଣା ଜାରି କରିଥିଲା । ଛଅ ମାସ ପର୍ଯ୍ୟନ୍ତ ଗ୍ରାହକ ବ୍ୟାଙ୍କରୁ କେବେଳ 40 ଟଙ୍କା ବାହାର କରି ପାରିବେ ବୋଲି ଆରବିଆଇ ନିର୍ଦ୍ଦେଶ ଦେଇଥିଲା । ଯାହାପରେ ଗ୍ରାହକଙ୍କ ସମସ୍ୟା ବଢିବାରେ ଲାଗିଥିଲା । ସ୍ଥିତି ଏପରି ଯେ ଆକାଉଣ୍ଟରେ ଟଙ୍କା ଥାଇ ମଧ୍ୟ ଲୋକଙ୍କୁ ନିଜର ପିଲାଙ୍କ ସ୍କୁଲ ଫି’ଠୁ ନେଇ ଚିକିତ୍ସା ବାବଦର ଖର୍ଚ୍ଚ ତୁଲାଇବା ପାଇଁ ଟଙ୍କା ଯୋଗାଡ କରିପାରୁ ନାହାନ୍ତି । କେବଳ ଏତିକି ନୁହେଁ, ଏହି ସଂକଟ କାରଣରୁ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କର ଚାରି ଜଣ ଗ୍ରହକଙ୍କ ମୃତ୍ୟୁ ହୋଇଛି ।