Home > ରାଷ୍ଟ୍ରୀୟ
ରେଲୱେ ଘରୋଇକରଣ ଉପରେ ମନ୍ତ୍ରୀଙ୍କ ବୟାନ-ରେଲୱେ ଭାରତ ଏବଂ ଭାରତବାସୀଙ୍କ ସମ୍ପତ୍ତି
Khabar Odisha:National-news-Rail-Minister-Piyush-Goyal-On-Privatisation-Of-Railway-Railway-Is-Property-Of-India-And-Indian
ନୂଆଦିଲ୍ଲୀ,ନଭେମ୍ବର ୨୨(ଖବର ଓଡିଶା):

ରେଲୱେର ଘରୋଇକରଣର ଚର୍ଚ୍ଚା ମଧ୍ୟରେ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଶୁକ୍ରବାର ଦିନ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ରେଲୱେ ଭାରତ ଏବଂ ଭାରତୀୟଙ୍କ ସମ୍ପତ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିବ । କେନ୍ଦ୍ରମନ୍ତ୍ରୀ ଗୋୟଲ ରେଲୱେର ଘରୋଇକରଣ ସମ୍ଭାବନାକୁ ଖଣ୍ଡନ କରି କହିଛନ୍ତି ସରକାର ରେଲୱେର ଘରୋଇକରଣ କରୁନାହିଁ, ବରଂ ଯାତ୍ରୀଙ୍କୁ ଅଧିକ ସୁବିଧା ଯୋଗାଇବା ପାଇଁ ଘରୋଇ କମ୍ପାନୀଠାରୁ କମର୍ସଲ ଏବଂ ଅନ-ବୋର୍ଡ ସେବାର ଆଉଟସୋର୍ସିଂ କରୁଛି । 

ରାଜ୍ୟସଭାରେ ପ୍ରଶ୍ନକାଳ ସମୟରେ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ରେଲୱେକୁ ଚଲାଇବା ପାଇଁ ଆସନ୍ତା 12 ବର୍ଷ ମଧ୍ୟରେ ଅନୁମାନିକ ଭାବେ 50 ଲକ୍ଷ କୋଟି ଟଙ୍କାର ପୁଞ୍ଜି ସରକାର ଏକାକି ଏକାଠି କରିପାରିବେନି, ଏଥିପାଇଁ ଏହିପରି ପଦକ୍ଷେପ ଗ୍ରହଣ କରାଯାଉଛି । ଗୃହରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, “ଆମର ଉଦ୍ଦେଶ୍ୟ ଯାତ୍ରୀମାନଙ୍କୁ ଅଧିକ ଭଲ ସେବା ପ୍ରଦାନ କରିବା, ରେଲୱେର ଘରୋଇକରଣ କରିବା ନୁହେଁ । ଭାରତୀୟ ରେଲୱେ ଦେଶବାସୀଙ୍କ ସମ୍ପତ୍ତି ଏବଂ ଭବିଷ୍ୟତରେ ମଧ୍ୟ ଦେଶବାସୀଙ୍କ ରହିବ” । 

ଯାତ୍ରୀଙ୍କ ବଢୁଥିବା ସଂଖ୍ୟାକୁ ମୁକାବିଲା କରିବା ପାଇଁ ହଜାର ସଂଖ୍ୟାରେ ଟ୍ରେନ ଏବଂ ଅଧିକରୁ ଅଧିକ ନିବେଶ ଉପରେ କହି ରେଳ ମନ୍ତ୍ରୀ କହିଛନ୍ତି, ଯଦି ଘରୋଇ କମ୍ପାନୀ ରେଲୱେରେ ନିବେଶ କରିବାକୁ ଇଚ୍ଛୁତ ଅଛନ୍ତି ଏବଂ ବର୍ତ୍ତମାନର ପ୍ରଣାଳୀକୁ ଚଲାଇବାକୁ ଚାହୁଁଛନ୍ତି ତେବେ ଏଥିରେ ଉପଭୋକ୍ତା ଏବଂ ଯାତ୍ରୀମାନଙ୍କୁ ଲାଭ ହେବ ।