Home > ରାଷ୍ଟ୍ରୀୟ
ରାଜସ୍ଥାନ: ପ୍ରଥମ ଥର ପାଇଁ ଯୌତୁକ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କହିଲେ କୋର୍ଟ
Khabar Odisha:National-news-Rajasthan-Court-Asks-Cops-To-Book-Man-For-Giving-Dowry
ନୂଆଦିଲ୍ଲୀ,ଜୁଲାଇ ୨୩ (ଖବର ଓଡ଼ିଶା):

ରାଜସ୍ଥାନରେ ପ୍ରଥମ ଥର ମେଟ୍ରୋପଲିଟନ ମାଜିଷ୍ଟ୍ରେଟଙ୍କ ଅଦାଲତ ସୋମବାର ଦିନ ଯୌତୁକ ଦେଇଥିବା ବଧୂଙ୍କ ପିତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ଜଣେ ବ୍ୟକ୍ତି ନିଜର ଜ୍ୱାଇଁ ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଯୌତୁକ ଜନିତ ନିର୍ଯ୍ୟାତନା ନେଇ ମାମଲା ରୁଜୁ କରିଥିଲେ, ଯାହାର କିଛି ବର୍ଷ ପରେ ଏହି ମାମଲା ସାମ୍ନାକୁ ଆସିଛି । 

ଅବସରପ୍ରାପ୍ତ ରାମଲାଲ ନିଜ ଝିଅଙ୍କ ଶ୍ୱଶୁର ଘର ବିରୋଧରେ 2017 ମସିହାରେ ଯୌତୁକ ଏବଂ ଅତ୍ୟାଚାରର ମାମଲା ରୁଜୁ କରିଥିଲେ । ସୂଚନାଯୋଗ୍ୟ ତାଙ୍କ ଝିଅଙ୍କ ବିବାହ ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ସହ ହୋଇଥିଲା । ରାମଲାଲ ଦାବି କରି କହିଥିଲେ ଯେ ସେ ଏକ ଲକ୍ଷ ଟଙ୍କା ଗୋଟିଏ ଲିଫାପାରେ ଭର୍ତ୍ତି କରି ବିହାଘର ସମୟରେ ବରକୁ ଦେଇଥିଲେ । ଏହା ଉପରେ ବରର ପିତା ଦାବି କରିଥିଲେ ଯେ ରାମଲାଲାଙ୍କ ବିରୋଧରେ ଯୌତୁକ ଦେବା ମାମଲା ରୁଜୁ କରାଯାଉ । ଏହାକୁ ନେଇ ବର ପକ୍ଷର ଓକିଲ କହିଛନ୍ତି ଯେ ଯଦି ଯୌତୁକ ନେବା ଅପରାଧ ତେବେ ଯୌତୁକ ଦେବା ମଧ୍ୟ ଅପରାଧ । 

ଏହି ଅନୁରୋଧକୁ ଗ୍ରହଣ କରି କୋର୍ଟ ପୁଲିସକୁ ରାମଲାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାମଲାଲ ଅଭିଯୋଗ କରିଥିଲେ ଯେ, ବାହାଘର ପରେ, କୈଳାସ ନିଜ ପତ୍ନୀଙ୍କୁ ଛାଡି ନୋଇଡା ଚାଲିଯାଇଥିଲେ ଏବଂ ସଫ୍ଟୱେୟର ଇଞ୍ଜିନିୟର ଭାବେ ନିଜର ଚାକିରୀ ଜାରି ରଖିଥିଲେ । ଯେତେବେଳେ ମୁଁ ଝିଅକୁ ନୋଇଡା ନେଇଥିଲି କୈଳାସ ତାକୁ ଗ୍ରହଣ କରି ନଥିଲା ଏବଂ ଆମ ଦୁହିଁଙ୍କୁ ସେଠାରୁ ତଡିଥିଲା ।