Home > ରାଷ୍ଟ୍ରୀୟ
2021-22 ଶିକ୍ଷା ବର୍ଷରୁ ସୈନିକ ସ୍କୁଲରେ ଝିଅଙ୍କ ପ୍ରବେଶକୁ ରକ୍ଷାମନ୍ତ୍ରୀଙ୍କ ମଞ୍ଜୁରୀ
Khabar Odisha:National-news-Rajnath-Singh-Approved-Proposal-For-Admission-Of-Girl-Children-In-Sainik-Schools
ନୂଆଦିଲ୍ଲୀ,ଅକ୍ଟୋବର ୧୮ (ଖବର ଓଡିଶା) :

2021-22 ଶିକ୍ଷା ବର୍ଷରୁ ସୈନିକ ସ୍କୁଲରେ ନାଁ ଲେଖାଇ ପାରିବେ ଝିଅ । ଦୀର୍ଘ ଦିନରୁ ଉଠିଥିବା ଏହି ଦାବିକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ସୈନିକ ସ୍କୁଲରେ କେବଳ ପୁଅମାନେ ନାମ ଲେଖାଇ ଶିକ୍ଷା ଲାଭ କରିପାରୁ ଥିଲେ । 

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ 2021-22 ଶିକ୍ଷା ବର୍ଷରେ ସୈନିକ ସ୍କୁଲରେ ଝିଅଙ୍କ ନାଁ ଲେଖାଇବା ସହ ପଠିବା ପ୍ରସ୍ତାବକୁ ଅନୁମତି ପ୍ରଦାନ କରିଛନ୍ତି । ଦୁଇ ବର୍ଷ ପୂର୍ବେ କେବଳ ମିଜୋରାମର ସୈନିକ ସ୍କୁଲରେ ଝିଅଙ୍କ ଆଡମିଶନକୁ ଅନୁମତି ଦିଆଯାଇଥିଲା । ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଥିଲା । ପାଇଲଟ ପ୍ରୋଜେକ୍ଟର ସଫଳତା ପରେ ଏହା ସମଗ୍ର ଦେଶରେ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ପୁଅଙ୍କ ପରି ଝିଅମାନେ ମଧ୍ୟ ସୈନିକ ସ୍କୁଲରେ ପାଠ ପଢି ସେନାରେ ସାମିଲ ହୋଇ ପାରିବେ ।