Home > ରାଷ୍ଟ୍ରୀୟ
ଚୀନ ବାଣ ଉପରେ ରୋକ, ଉଲ୍ଲଂଘନ କଲେ ଯିବେ ଜେଲ
Khabar Odisha:National-news-Selling-Or-Purchasing-Chinese-Firecrackers-Will-Be-Punished-Says-Principal-Commissioner
ନୂଆଦିଲ୍ଲୀ, ଅକ୍ଟୋବର ୨୨ (ଖବର ଓଡ଼ିଶା):

ଆଲୋକର ପର୍ବ ଦୀପାବଳି ଯେତେ ପାଖେଇ ଆସୁଛି ବାଣକୁ ନେଇ ସେତେ କଡା ନିର୍ଦ୍ଦେଶ ଜାରି ହେଉଛି । ମୁଖ୍ୟତଃ ଚୀନରୁ ଆସୁଥିବା ବାଣ ଉପରେ କଡାକଡ଼ି ଭାବେ ପ୍ରତିବନ୍ଧକ ଲାଗୁ କରିବା ନେଇ ଆଲୋଚନା ହେଉଛି । । ସୀମା ଶୁଳ୍କର ପ୍ରଧାନ ଆୟୁକ୍ତ କହିଛନ୍ତି ଯେ ଦେଶରେ ଚୀନର ବାଣର ଆମଦାନୀ ଉପରେ ପ୍ରତିବନ୍ଧକ ଲାଗୁ ରହିଛି ଯଦି କୌଣସି ବ୍ୟକ୍ତି କୌଣସି ଭାବେ ଏହା ସହ ସମ୍ୱନ୍ଧିତ ବ୍ୟବସାୟ କରନ୍ତି ଅବା ଗଚ୍ଛିତ ରଖନ୍ତି, ବିକ୍ରି କରନ୍ତି, ଲୁଚାଇବା କିମ୍ୱା କିଣିବା ପରି କାର୍ଯ୍ୟରେ ଲିପ୍ତ ରୁହନ୍ତି ତେବେ ତାଙ୍କୁ ଅଧିନିୟମ 1962 ଅନ୍ତର୍ଗତରେ ଦଣ୍ଡିତ କରାଯିବ । 

ଉଲ୍ଲେଖଯୋଗ୍ୟ ଯେ ପ୍ରତିବର୍ଷ ଦୀପାବଳି ପରେ ଦେଶରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଥାଏ । ଧୂଆଁରୁ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ସରକାର ବିଭିନ୍ନ କଟକଣା ଯାରି କରିଥାନ୍ତି । ଚୀନରୁ ଆସୁଥିବା ଆଲୁଅ ବାଣରୁ ଅଧିକ ପ୍ରଦୂଷଣ ହୋଇଥାଏ, ଯାହା ଉପରେ ପ୍ରତିବନ୍ଧକ ଲାଗୁ କରିବା ପାଇଁ ଅନେକ ସମୟରେ ଦାବି ହୋଇଥାଏ । ସରକାର ଏହାର ବିପଳ୍ପ ପାଇଁ ମଧ୍ୟ ଚିନ୍ତା କରିଛନ୍ତି ।  ପରିବେଷ ଅନୁକୂଳ ବାଣ ନିର୍ମାଣ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି । ଏଥିପାଇଁ ବିଭିନ୍ନ ସଂସ୍ଥା ସହ ମିଶି ସରକାର ରିସର୍ଚ୍ଚ କରୁଛନ୍ତି ।