Home > ରାଷ୍ଟ୍ରୀୟ
JNUରେ ବିବେକାନନ୍ଦଙ୍କ ମୂର୍ତ୍ତି ଭାଙ୍ଗିଲେ, ଅପଶବ୍ଦ ଲେଖିଲେ
Khabar Odisha:National-news-Swami-Vivekananda-Statue-Inside-Jawaharlal-Nehru-University-Jnu-Vandalized
ନୂଆଦିଲ୍ଲୀ,ନଭେମ୍ଵର ୧୪ (ଖବର ଓଡିଶା)

ଦିଲ୍ଲୀର ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଜାରି ରହିଥିବା ଛାତ୍ରଙ୍କ ପ୍ରଦର୍ଶନ ମଧ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଏକ ପ୍ରତିମୂର୍ତ୍ତିକୁ ଭଙ୍ଗିଛନ୍ତି ଦୁର୍ବୃତ୍ତ । ଏହାସହ ମୂର୍ତ୍ତି ଚାରିପଟେ ଗେରୁଆ ଜଳିବ ପରି ଅପଶବ୍ଦ ଲେଖିବା ସହ ବିଜେପି ବିରୋଧରେ ମଧ୍ୟ ଅପତ୍ତି ଜନକ ଲେଖା ଲେଖିଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରତିମୂର୍ତ୍ତିର ଉନ୍ମୋଚନ ହୋଇନାହିଁ । ଏହିପରି ଘୃଣ୍ୟ କାମ କିଏ କରିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏହି ଘଟଣା ସାମ୍ନାକୁ ଆସିବା ପରେ ସେହି ସ୍ଥାନକୁ ପରିସ୍କାର କରାଯାଇଛି ।

ଅନ୍ୟପଟେ, ଛାତ୍ର ସଂଗଠନ ଏନଏସୟୁଆଇ ପକ୍ଷରୁ ଦାବି କରାଯାଇଛି ଯେ ଏହି କାମ ଜେଏନୟୁର ଛାତ୍ର କରିପାରିବେ ନାହିଁ । ଏନଏସୟୁଆଇର ସନୀ ଧୀମାନ କହିଛନ୍ତି, ଆମେ ଏହି ଘଟଣାର ନିନ୍ଦା କରୁଛୁ । ଜେଏନୟୁ କ୍ୟାମ୍ପସରେ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗା ଯାଇନି, କିଛି ଲୋକ ଚଟାଣରେ କିଛି ଅପଶବ୍ଦ ଲେଖିଥିଲେ । ମୋତେ ଲାଗୁନି ଯେ ଜେଏନୟୁର କୌଣସି ଛାତ୍ର ଏପରି ଲେଖିଥିବ । ଏବେ ଆମେ ସ୍ଥାନକୁ ପରିସ୍କାର କରିସାରିଛୁ । 

ଉଲ୍ଲେଖଯୋଗ୍ୟ ଯେ ଜେଏନୟୁରେ ବର୍ତ୍ତମାନ ବୃଦ୍ଧି ପାଇଥିବା ଫି’କୁ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ଛାତ୍ରମାନେ ବିଭିନ୍ନ ଚାର୍ଜ ଏବଂ ନିୟମରେ ପରିବର୍ତ୍ତନ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଏଠାରେ କହିରଖୁଛୁ ଯେ ବୁଧବାର ସଂଧ୍ୟାରେ ବଦ୍ଧିତ ଫି’କୁ ଆଶିଂକ ଭାବେ ଫେରାଇ ନିଆଯାଇଥିଲା ଏବଂ ଜେଏନୟୁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ ଛାତ୍ରାବାସ ନିୟମାବଳୀରୁ ଡ୍ରେସ କୋଡ ଏବଂ ଯିବା ଆସିବା ସମୟ ସହିତ ଜଡିତ ଥିବା ନିୟମକୁ ମଧ୍ୟ ହଟାଇଛି । ଏହାପରେ ମଧ୍ୟ ଛାତ୍ର ପ୍ରଦର୍ଶନ ଜାରି କରିଛନ୍ତି ।